26.1 C
Bhubaneswar
Wednesday, February 4, 2026
Homeଓଡିଶାଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ନିର୍ଯାତନାର ଶୀକାର ହୋଇ ଆତ୍ମାହୁତି ଦେଇଥିବା ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଜୀବନ ମୃତ୍ୟୁର ସଂଘର୍ଷ କରି ଶେଷରେ ଆଖିବୁଜି ଦେଇଛନ୍ତି। ଏହି ଘଟଣାରେ ଏଆଇଡିଏସଓ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହିତ ଆଜି ରାଜ୍ୟବ୍ୟାପୀ ଶୋକ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ଭୁବନେଶ୍ୱର କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ, ଭୁବନେଶ୍ୱର ସଭାପତି ନସିମ ସରକାର, ଉପସଭାପତି ଶପ୍ତର୍ଷିନୀ ରାଉଳ, ରୂପାଲି ଦିଗଲ, ଶୁଭଶ୍ରୀ ପ୍ରମୁଖଙ୍କ ସହିତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବହୁ ଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରି ସୋମ୍ୟାଶ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଛାତ୍ରୀ ଓ ମହିଳାମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବୀ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking