20.1 C
Bhubaneswar
Saturday, December 6, 2025
Homeଓଡିଶାମୁହଁରେ ହଳଦୀ ଲଗାଇବା କେତେ ଲାଭଦାୟକ ଜାଣନ୍ତୁ

ମୁହଁରେ ହଳଦୀ ଲଗାଇବା କେତେ ଲାଭଦାୟକ ଜାଣନ୍ତୁ

ଭୁବନେଶ୍ୱର: ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଇମ୍ଫେ୍ଲମେଟରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଅଛି । ଏଗୁଡିକ ଚର୍ମକୁ ଉଜ୍ଜ୍ୱଳ କରିଥାଏ, ଏହାକୁ ଚମକଦାର କରିଥାଏ ଏବଂ ଜୀବାଣୁକୁ ମାରି ବ୍ରଣ ଦୂର କରିଥାଏ । ହଳଦୀରେ ଏପରି ଏକ ଗୁଣ ଅଛି ଯାହା ସୂର୍ଯ୍ୟର କ୍ଷତିକାରକ କିରଣରୁ ଚର୍ମକୁ ରକ୍ଷା କରେ । ହଳଦୀ ବ୍ୟବହାର କରିବା ଦ୍ୱାରା ଚର୍ମର ରଙ୍ଗ ମଧ୍ୟ ଉନ୍ନତ ହୋଇଥାଏ । ଏହା ଶୁଷ୍କ କିମ୍ବା ଫାଟିଯାଇଥିବା ଚର୍ମ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ହଳଦୀ ଲଗାଇବା ଦ୍ୱାରା କଳା ଦାଗ ମଧ୍ୟ ଦୂର ହୋଇଥାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ହଳଦୀ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ଆକାଳରେ ବୃଦ୍ଧାବସ୍ଥାରୁ ବଞ୍ଚିଥାଏ । ହଳଦୀକୁ ଦହି, ମହୁ କିମ୍ବା କ୍ଷୀର ସହିତ ମିଶାଇ ଫେସ୍ ପ୍ୟାକ୍ ଭାବରେ ଲଗାଇବା ଉଚିତ । ଏହି ମାସ୍କକୁ ଅତିକମରେ ୧୫ ମିନିଟ୍ ପାଇଁ ରଖିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking