19.1 C
Bhubaneswar
Monday, December 8, 2025
Homeଓଡିଶାପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ

ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ

ଯାଜପୁର: ଗତକାଲି ବିଳମ୍ବିତ ରାତିରେ  ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି ।  ପରକୀୟା ପ୍ରିତୀର କରୁଣ କାହାଣୀ କରୁଣ ପରିଣତିର ଏକ ଉଦାହରଣ ଦେଖିବାକୁ ମିଳିଛି । ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର  ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ ।  ଉଭୟଙ୍କ ଗଳାକାଟି ଥିବା ବେଳେ  ପ୍ରେମିକଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ୱାମୀ । ଯାଜପୁର ସଦର ଥାନା  ମାଳହାଟ ନିକଟରୁ  ମହିଳା ଓ ତାଙ୍କ ପ୍ରେମିକଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।   ସ୍ଥାନୀୟ ଲୋକେ  ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି  ଜିଲ୍ଲା ମୁଖ୍ୟାଳୟ  ଡାକ୍ତରଖାନାକୁ  ନେଇଯାଇଥିଲେ ।   ମହିଳା ଜଣକ ଏକ ବର୍ଷ ହେବ ପେମିକଙ୍କ ସହ ରହୁଥିଲେ । ମହିଳା ଏବଂ  ତାଙ୍କ  ପ୍ରେମିକ  ପ୍ରଶାନ୍ତ ନାଥଙ୍କୁ  ଗୁରୁତର ଅବସ୍ଥାରେ  ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ   କୋରେଇ ଜାରଦା ଗାଁର   ମନୋଜ କୁମାର ମହାନ୍ତି ଫେରାର  ହୋଇଯାଇଛନ୍ତି ।  ଖବର ପାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।   ପ୍ରାଥମିକ ତଦନ୍ତରୁ ଜଣାପଡିଛି, ମହିଳା ଜଣଙ୍କୁ ଛାଡିବା ପରେ  ଦ୍ୱିତୀୟ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking