21.1 C
Bhubaneswar
Wednesday, December 17, 2025
Homeଓଡିଶାରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ପ୍ରସ୍ତୁତି ବୈଠକ

ରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗ୍‌ଜୀବନ ରାମଙ୍କ ୩୯ ତମ ପୂଣ୍ୟ ତିଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ତରଫରୁ ଭାରତବର୍ଷର ଜନନାୟକ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚୀତ ଜାତି ବିଭାଗ ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପ୍ରଥମେ ସ୍ୱର୍ଗୀୟ ବାବୁ ଜଗ୍‌ଜୀବନ ରାମ୍‌ଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।

ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ବାବୁ ଜଗ୍‌ଜୀବନ ରାମ୍ ଜଣେ ଅଦ୍ୱିତୀୟ ଦଳିତ ନେତା ଥିଲେ ଓ ତାଙ୍କ ପ୍ରଚେଷ୍ଟାରେ ସମଗ୍ର ଦେଶରେ ଦଳିତ ମାନଙ୍କର ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଇଥିଲା ବୋଲି କହିଥିଲେ ଏବଂ ଆସନ୍ତା ରାହୁଲ ଗାନ୍ଧୀଙ୍କ ଗସ୍ତକୁ ସଫଳ କରିବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତଦ୍‌ପଶ୍ଚାତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ନେତାମାନେ, କିଭଳି ନୂତନ ନେତୃତ୍ୱ ସୃଷ୍ଟି ଶିଳ୍ପାୟନ ଯୋଗୁଁ ଅନୁଗୁଳ ଓ ଅନ୍ୟ ଜିଲ୍ଲାରେ ବିସ୍ଥାପିତ ହୋଇଥିବା ଦଳିତ ଲୋକଙ୍କୁ କ୍ଷତିପୂରଣ ପାଇଁ ସଂଗ୍ରାମ, କ୍ରମବର୍ଦ୍ଧିଷ୍ଣୁ ଦଳିତ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ, ଇତିହାସରେ ଆଲୋଚିତ ମହାମନୀଷ ମାନଙ୍କ ସ୍ମୃତିଚାରଣ, ଜଙ୍ଗଲ ଅଧିକାର ଆଇନରେ ଦଳିତଙ୍କୁ ଜମି ପଟ୍ଟା ପ୍ରଦାନ, କଟକରେ ଜାତି ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଥିବା ମେହେନ୍ତର ମାନଙ୍କ ଅଧିକାର ପାଇଁ ଦୁର୍ବାର ସଂଗ୍ରାମ ଗଢ଼ିତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଶେଷରେ ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପୃଷ୍ଠପୋଷକତାରେ ଦୁଇ ହଜାର ଲୋକ ଏକତ୍ରିତ ହେବା ପାଇଁ ସମସ୍ତ ନେତୃବୃନ୍ଦ ନିଷ୍ପତ୍ତି ନେଲେ । ଏହି ସଭାରେ ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟଜିତ ଗମାଙ୍ଗ, ପୂର୍ବତନ ପିସିସି ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ପୂର୍ବତନ ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ବାଙ୍କନିଧି ବେହେରା, ବିଶିଷ୍ଟ ସାମ୍ବାଦିକ ଅରବିନ୍ଦ ଦାଶ, ଆଡଭୋକେଟ ରାଜକିଶୋର ନାୟକ, ଆଡଭୋକେଟ ଅନିଲ କୁମାର ନାୟକ, ଆଡଭୋକେଟ ସଂଜୟ କୁମାର ମଲ୍ଲିକ, ରଞ୍ଜନ କୁମାର ବେହେରା, କ୍ଷୀରୋଦ ଚନ୍ଦ୍ର ପାତ୍ର, ଗୋବିନ୍ଦ ନାୟକ, ଜୟନ୍ତ ଭୋଇ, ବାବୁଲି ମଲ୍ଲିକ, ଜାନକୀ ମଲ୍ଲିକ, ସୁକାନ୍ତ ତିଆଡି, ରଞ୍ଜନ ଭୋଇ, ସୁରେନ୍ଦ୍ର କୁମାର ଦାସ, ସନ୍ତୋଷ ଦେହୁରୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking