ପୁରୀ: ସୁନାବେଶ ପାଇଁ ୧୫ ଲକ୍ଷ ଶ୍ରଦ୍ଧାଳୁ ଆସିବେ । ଶ୍ରଦ୍ଧାଳୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି । ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଟ୍ରାପିକ ଓ ଭିଡ ନିୟନ୍ତ୍ରଣ ଉପରେ ନଜର ରଖାଯାଇଛି । ବାହୁଡାରେ ସ୍ୱଭାବିକଠୁ ଦୁଇଗୁଣା ଅଧିକ ଭକ୍ତ ଆସିଥିଲେ ।









