ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଆତଙ୍କ ଖେଳାଇଛି ହଇଜା । ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି । ମୃତକ ଜଣ ହେଲେ ଉସ୍ତପଲ୍ଲୀ ଗାଁର ଦାସ ଶବର । ସମସ୍ତ ଆକ୍ରାନ୍ତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁରୁ ଆମ୍ବୁଲେନ୍ସ ଯୋଗେ ବୁହା ହେଉଛନ୍ତି ରୋଗୀ । ୧୦ ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରୁ ଏମକେସିଜି ସ୍ଥାନାନ୍ତର କରାଯାଇଛି ।










