14.1 C
Bhubaneswar
Monday, December 8, 2025
Homeଓଡିଶାଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦର ଗେଟ୍ । କଲମା ଗେଟ ଖୋଲିବାରୁ ଜଳସ୍ତର ବଢିଛି । ପୂଜାର୍ଚ୍ଚନା ପରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଗେଟ ଖୋଲାଯିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ସୁଶିଲ ବେହେରାଙ୍କ ସୂଚନା । ପରେ ନଦୀର ଜଳସ୍ତର ଦେଖି ନିଷ୍କାସନ ନିଷ୍ପତ୍ତି ନିଆଯିବ। ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା । ସକାଳ ୧୦ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ । ହୀରାକୁଦ ତଳ ମୁଣ୍ଡର ଜନସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking