14.1 C
Bhubaneswar
Sunday, December 7, 2025
Homeଓଡିଶାସ୍କୁଲ ବନ୍ଦ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲ୍ ଖୋଲିବା ଦୁର୍ଭାଗ୍ୟଜନକ : ୱାସିର

ସ୍କୁଲ ବନ୍ଦ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲ୍ ଖୋଲିବା ଦୁର୍ଭାଗ୍ୟଜନକ : ୱାସିର

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ସେଲ୍‌ରେ ପରିଣତ କରିବା ଦୁର୍ଭାଗ୍ୟଜନକ ବୋଲି ଭୁବନେଶ୍ଵର କଂଗ୍ରେସ ଲୋକସଭା ସାଂସଦ ସାହିଦ୍ ୟୁସିର ନୱାଜ ଅଭିଯୋଗ କରିଛନ୍ତି । ପୂର୍ବ ସରକାର ଓଡ଼ିଶାରେ ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ସରକାରୀ ସ୍କୁଲ ସବୁଦିନ ପାଇଁ ବନ୍ଦ କରିଥିଲେ । ସେହିପରି ଭୁବନେଶ୍ୱର ଛାତି ଉପରେ ଓଡ଼ିଶାର ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୟୁନିଟ୍-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସବୁଦିନ ପାଇଁ ବନ୍ଦ କରି ସେଠାରେ ଜନଶୁଣାଣି ସେଲ୍ ଖୋଲିଛନ୍ତି। ସରକାର ଅନ୍ୟ କେଉଁଠାରେ ଜନଶୁଣାଣି ସେଲ୍ ଖୋଲିପାରିଥାନ୍ତେ । ଯଦି ଏହି ସ୍କୁଲରେ ଉପସ୍ଥାନ କମିଯାଉଛି ତେବେ କେନ୍ଦ୍ରର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଖୋଲିପାରିଥାନ୍ତେ । କିନ୍ତୁ ସରକାର ତାହା ଚିନ୍ତା କଲେ ନାହିଁ । ଏହି ସ୍କୁଲରୁ ବହୁ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଡାକ୍ତର, ଇଞ୍ଜିନିୟର, ବୌଜ୍ଞାନିକ, ସାହିତ୍ୟିକ ହୋଇ ପ୍ରତିଷ୍ଠା ଲାଭ କରିଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ଏଭଳି ଏକ ଐତିହାସିକ ସ୍କୁଲକୁ ବନ୍ଦ କରିଦେଲେ । ଏଭଳି ନିଷ୍ପତ୍ତା ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଛି ବୋଲି ସୟଦ ୱାସିର ନଓ୍ୱାଜ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking