21.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ: ୧୫ ଦିନ ପରେ ଭକ୍ତ ଦେଖିବେ କଳା ଶ୍ରୀମୁଖ । ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା । ୩ ହଜାର ଟିକେଟ୍‌ର ବନ୍ଦୋବସ୍ତ । ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ । ଭକ୍ତମାନେ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ । ଦିନ ୧୨ରେ ହେବ ନେତ୍ରୋତ୍ସବ । ତେବେ ଗତବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ସେହିପରି ଆଜି ସରିବ ରଥ କାର୍ଯ୍ୟ । କାଲି ଅପରାହ୍ନ ୪ଟାରେ ୧୦ରେ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାରରେ ପହଞ୍ଚି ୩ ରଥ ।ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ୩୬୫ଟି ଅତିରିକ୍ତ ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking