20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆମେରିକାକୁ ହୁତି ବିଦ୍ରୋହୀଙ୍କ ଧମକ

ଆମେରିକାକୁ ହୁତି ବିଦ୍ରୋହୀଙ୍କ ଧମକ

ନୂଆଦିଲ୍ଲୀ: ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଶନିବାର ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଏନେଇ ହୁତି ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇୟାହିୟା ସାରୀ ଏକ ପୂର୍ବ ରେକର୍ଡ ହୋଇଥିବା ଭିଡିଓ ବିବୃତି ଦାରି କରି କହିଛନ୍ତି ଯେ, “ଯଦି ଆମେରିକା ଇସ୍ରାଏଲୀ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣରେ ଜଡ଼ିତ ହୁଏ, ତେବେ ଆମର ସଶସ୍ତ୍ର ବାହିନୀ ଲାଲ ସାଗରରେ ତା’ର ଜାହାଜ ଏବଂ ଯୁଦ୍ଧପୋତଗୁଡ଼ିକୁ ଟାର୍ଗେଟ କରିବ।  ଏହି ଧମକ ଏମିତି ଏକ ସମୟରେ ଆସିଛି ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ-ଇରାନ ସଂଘର୍ଷରେ ସକ୍ରିୟ ସାମରିକ ଭୂମିକା ନେବା ବିଷୟରେ ବିଚାର କରୁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସେ ଏନେଇ ଏକ ନିଷ୍ପତ୍ତି ନେବେ। କାରଣ ସେ ଇରାନକୁ ଏକ କୂଟନୈତିକ ସୁଯୋଗ ଦେବାକୁ ଚାହୁଁଛନ୍ତି। ଗତ ମେ ମାସରେ ଯୁକ୍ତରାଷ୍ଟ୍ର ଏବଂ ହୁତିମାନେ ଏକ ଯୁଦ୍ଧବିରତି ଚୁକ୍ତି କରିଥିଲେ। ଯେଉଁଥିରେ କୌଣସି ପକ୍ଷ ଅନ୍ୟ ପକ୍ଷକୁ ଟାର୍ଗେଟ କରିବେ ନାହିଁ ବୋଲି ସମ୍ମତ୍ତି ପ୍ରକାଶ କରିଥିଲେ। କିନ୍ତୁ ଇରାନ ଆରମ୍ଭରୁ ହୁତିମାନଙ୍କୁ ସମର୍ଥନ କରି ଆସୁଛି। ଏଣୁ ବର୍ତ୍ତମାନ ଇରାନ ସହ ଚାଲିଥିବା ସଂଘର୍ଷର ପରିପ୍ରେକ୍ଷୀରେ ହୁତିମାନେ ଏହି ଚୁକ୍ତିକୁ ଚ୍ୟାଲେଞ୍ଜ କରିବାକୁ ଧମକ ଦେଇଛନ୍ତି।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଜୁନ ୧୩ରେ ଆରମ୍ଭ ହୋଇଥିଲା। ଯେତେବେଳେ ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ସ୍ଥାନଗୁଡ଼ିକୁ ଲକ୍ଷ୍ୟ କରି ‘ଅପରେସନ ରାଇଜିଂ ଲାୟନ’ ନାମକ ଏକ ବୃହତ ଆକ୍ରମଣ ଆରମ୍ଭ କରିଥିଲା। ଏହାର ଜବାବରେ ଇରାନ ତୁରନ୍ତ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଏହାପରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି, ଯାହା ବର୍ତ୍ତମାନ ନବମ ଦିନରେ ପହଞ୍ଚିଛି। ଯେତେବେଳେ ଇସ୍ରାଏଲ ଗାଜାରେ ହମାସ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିଲା ସେବେଠୁ ହୁତିମାନେ ଲାଲ ସାଗରରେ ଇସ୍ରାଏଲ ସହ ଜଡ଼ିତ ଜାହାଜଗୁଡ଼ିକୁ ଟାର୍ଗଟ କରୁଥିଲେ। । ଏହି ଆକ୍ରମଣ ଗୁଡ଼ିକ ବିଶ୍ଵ ବାଣିଜ୍ୟ ପାଇଁ ବ୍ୟାଘାତ ସୃଷ୍ଟି କରିଥିଲା। ଏହି ଧମକ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଯେଉଁଠାରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ବୃହତ୍ତର ଆଞ୍ଚଳିକ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚୀ ଚେତାବନୀ ଦେଇଛନ୍ତି ଯେ ଯୁକ୍ତରାଷ୍ଟ୍ରର ସାମରିକ ହସ୍ତକ୍ଷେପ “ସମସ୍ତଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ” ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking