ଭୁବନେଶ୍ୱର: ବିଜେପି ସରକାର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରିବାକୁ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଯୁବ କଂଗ୍ରେସର ଜୋରଦାର ବିରୋଧ। ଆଜି ଦିନ ୧୧ ଘଟିକା ସମୟରେ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଯୁବକ କଂଗ୍ରେସ ଡାକରା ଦେଇଥିବା ଶାନ୍ତିପୂର୍ଣ୍ଣ ଅନଶନରେ ଯୋଗଦେବାପାଇଁ ରାମ ମନ୍ଦିର ଛକରୁ ବାହାରିବା ସମୟରେ ଅଗଣତାନ୍ତ୍ରିକ ଭାବରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି ଓ ପୂର୍ବ ରାତିରୁ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ଯୁବନେତା ନିହାର ବେହେରା, ମହମ୍ମଦ ଗୁଲଫାମ ତାଙ୍କ ଘରୁ ପୋଲିସ ଗିରଫ କରିଥିବାରୁ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ଦୃଢ଼ ଭାଷାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ଏବଂ ଶ୍ରୀ ପାତ୍ର ଗଣମାଧ୍ୟମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ସ୍ଥିତି ବିଷୟରେ ଜବାବ ମାଗିଛନ୍ତି। ଯୁବ କଂଗ୍ରେସ ସଭାପତି କହିଛନ୍ତି ବିଜେପି ସରକାରର ଏକବର୍ଷରେ ସବୁଠୁ ଅଧିକ ମହିଳାମାନେ ନିର୍ଯ୍ୟାତିତ ହୋଇଛନ୍ତି। ଗୋପାଳପୁର ବେଳାଭୂମିରେ ନିରୀହ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକା ଆଦିବାସୀ ଝିଅକୁ ବଳାତ୍କାର କରି ମାରି ଦିଆଯାଇଛି ଏବଂ ଓଡ଼ିଶାରେ ମର୍ଡର, ଡକାୟତି, ଚୋରା ବନ୍ଧୁକ କାରବାର ବହୁ ମାତ୍ରାରେ ବଢ଼ି ଚାଲିଛି ତେଣୁ ଓଡ଼ିଶାର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି। ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ଓଡ଼ିଶାରେ ୧୧ ଟି ଜିଲ୍ଲାରେ ହଇଜା ବ୍ୟାପି ହଜାର ହଜାର ରୋଗୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ରାଜ୍ୟ ରାଜସ୍ୱରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ନିଜର ପ୍ରଚାର ପ୍ରସାର କରିବାପାଇଁ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି। ଏ ଓଡ଼ିଶା ଗସ୍ତକୁ ଯୁବ କଂଗ୍ରେସ କଳା ଦିବସରୂପେ ପାଳନ କରିଛନ୍ତି ଓ ବିଜେପିର ଡବଲ ଇଞ୍ଜିନ ସରକାରର ଓଡ଼ିଶାବାସୀଙ୍କ ପ୍ରତି ମାନସିକତା କଣ ତାହା ମଧ୍ୟ ଲୋକଲୋଚନକୁ ଆଣିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମକୁ ଯିବା ସମୟରେ ପୋଲିସ ଶ୍ରୀ ପାତ୍ରଙ୍କ ସହିତ ପବୂ ର୍ତନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, କିରଣ ସାହୁ, ସୁଦିପ ସାମଲ, କୃଷ୍ଣ ମହାନ୍ତି, ବଟକୃଷ୍ଣ ରାଉତରାୟ, ଅଜୟ ପଣ୍ଡା, ଶ୍ରୀକାନ୍ତ ବିଶା୍ୱ ଳ, ପ୍ରଶାନ୍ତ ରାଉତ, ସୁରଜ ରାଉତ ଏବଂ ଅନେକ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।










