ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ମ ୩ଟା ୪୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ । ୩ଟା ୪୫ରୁ ୪ଟା ୧୫ ପଯ୍ୟନ୍ତ ରୋଡ ସୋ କରିବେ ମୋଦି । ୪ଟା ୧୫ରୁ ୫ଟା ୩୫ ପଯ୍ୟନ୍ତ ଜନତା ମଇଦାନରେ ରହିବେ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ । ପ୍ରାୟ ୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ୨୭୦୦ ଟଙ୍କାର ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ନରାଜରେ ନିର୍ମିତ ୫୦ କୋଟି ଟଙ୍କାର ଇଭି ବସ ଡିପୋ ଉଦଘାଟନ କରିବେ । ୧୦୦ଟି ନୂଆ ଇଭି ବସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ା ଅପରାହ୍ମ ୫ଟା ୫୦ରେ ନୂଆଦିଲ୍ଲୀ ଅଭିମୁଖେ ଯିବେ ମୋଦୀ । ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବେ ।










