20.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନରେ କେବେବି ନିଜର ଦକ୍ଷତା ବା କଳାକୁ ନେଇ ଅହଙ୍କାର କରନ୍ତୁ ନାହିଁ ,

କାରଣ ପଥର ଯେତେବେଳେ ପାଣିରେ ପଡେ ତା ଓଜନ ପାଇଁ ବୁଡେ ।
ସର୍ବଦା ମନୁଷ୍ୟ ପ୍ରକୃତ୍ତିର କ୍ରୀୟାଗୁଣଦ୍ୱାରା ସକଳ କର୍ମ ସମ୍ପାଦିତ କରିଥାଏ । ମାତ୍ର ଅହଂକାରରେ ମୋହିତ ମୂଢ ମନୁଷ୍ୟ ସବୁବେଳେ ନିଜକୁ ‘ମୁଁ କର୍ତ୍ତା ‘ ବୋଲି ମନେକରେ ।

ପଡ଼ିବା ଜାରି ରଖ, ବୁଲିବା ଜାରି ରଖ, ଶିଖିବା ଜାରି ରଖ କିନ୍ତୁ କେବେ ହାର ମାନ ନାହିଁ ।

ଏକ ନୂଆ ସକାଳ ସବୁବେଳେ ନୂଆ ଭାବନା ଏବଂ ଉତ୍ସାହ ସହିତ ଆସିଥାଏ, ତାକୁ ସ୍ବାଗତ କରି ନୂତନତା ର ସହିତ କାମ କରିବା ଉଚିତ।

ଘର ତିଆରି ପାଇଁ Time ଲାଗେ କିନ୍ତୁ ଭାଙ୍ଗିବାକୁ Time ଲାଗେ ନାହିଁ,
ବନ୍ଧୁ ବହୁ କଷ୍ଟରେ ମିଳେ କିନ୍ତୁ ଶତୃ ହେବାପାଇଁ Time ଲାଗେ ନାହିଁ
ସମ୍ପର୍କ ଗଢିବା ପାଇଁ ଜୀବନ ବିତିଯାଏ କିନ୍ତୁ ବିଗାଡିବା ପାଇଁ Time ଲାଗେ ନାହିଁ
ମଣିଷକୁ ଛୋଟରୁ ବଡ ହେବା ପାଇଁ Time ଲାଗେ କିନ୍ତୁ ମରିବାକୁ Time ଲାଗେ ନାହିଁ
ସବୁ ପ୍ରକାର Time ମଣିଷ ଜୀବନରେ ଆସିଥାଏ କିନ୍ତୁ Time ବିତିବାକୁ Time ଲାଗେ ନାହିଁ ।
ଯାହାକୁ ଯେପରି ଗଢିଛ ହେ ପ୍ରଭୁ,
ସିଏ ସେହି କାର୍ଯ୍ୟ ପାଇଁ ଶ୍ରେଷ୍ଠ।
ଆଜିର ମଣିଷ ବୁଝି ପାରେ ନାହିଁ,
ନିଜ ଭାଗ୍ୟକୁ ନିନ୍ଦିବାରେ ବ୍ୟସ୍ତ।
କର୍ମ ହିଁ ଜୀବନକୁ ପ୍ରକୃତ ଶକ୍ତି ଦିଏ – କର୍ମକୁଣ୍ଠା ହେଉଛି ଜୀବନର ଦୁର୍ବଳତା। କର୍ମ ଉପରେ ଆମର ଅକ୍ତିଆର ଅଛି,– ପରିଣାମ ତ ଭଗବାନଙ୍କ ହାତରେ l ତେଣୁ ଫଳର ଆଶା ନ ରଖି କର୍ମ କରି ଚାଲନ୍ତୁ ସୁଫଳ ନିଶ୍ଚୟ ମିଳିବ ଏଥିରେ ଟିକେ ହେଲେ ସନ୍ଦେହେ ନାହିଁ!!
ଅଳ୍ପ ଅଳ୍ପ ପରାମର୍ଶ ସୁଲୁସୁଲିଆ ପବନ ଭଳି କାମ କରେ,ଗୁଡାଏ ପରାମର୍ଶ ବାତ୍ୟା ସଙ୍ଗେ ସମାନ!!
ସମସ୍ତଙ୍କ ସହିତ ମିଳିମିଶି ଚଳିବାର ଗୁଣ ଯିଏ ହାସଲ କରିଛି,ତା’ଠାରୁ ବଳି ସୁଖୀ ଆଉ ଏ ସଂସାର ରେ କେହି ନାହାଁନ୍ତି !!
ହରେଇବା ପରେ ହିଁ ହ୍ରୁଦୟଙ୍ଗମ ହୁଏ ଯେ ସମୟ,ଲୋକ,ସମ୍ପର୍କ କେତେ ମୂଲ୍ଯବାନ ଥିଲା।ଆଉ ସତ୍ଯ ଏହା ଯେ,କେହି ଚାହିଁଲେ ମଧ୍ଯ ସେସବୁକୁ ଫେରେଇ ଆଣି ପାରିବେ ନାହିଁ।
ବିପଦ ଆସୁଛି ବୋଲି ଯିଏ ନିଜକୁ ଭୟଭୀତ ମନେ କରି ଲୁଚି ଯିବାକୁ ଚେଷ୍ଟା କରୁଥାଏ,ସେ ବିପଦର କୁଫଳ ଦୁଇଥର ଭୋଗ କରିବାକୁ ବାଧ୍ୟ ହୁଏ ତେଣୁ ବିପଦ କୁ ଭୟ ନ କରି ଛାତି ଦେଖେଇ ସାମ୍ନା କରିବା ଆବଶ୍ୟକ!!

ଅଦ୍ୟ ଜୁନ ମାସ ୨୦ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଆଷାଢ଼ମାସ- କୃଷ୍ଣପକ୍ଷ
ତିଥି- ନବମୀ ଦିବା ଘ୦୯/୫୧ ଗତେ ଦଶମୀ
ନକ୍ଷତ୍ର-ରେବତୀ ରାତ୍ରି ଘ୧୦/୨୩ ଗତେ ଅଶ୍ୱିନୀ
ଚନ୍ଦ୍ର- ମୀନ ରାତ୍ରି ଘ୧୦/୨୩ ଗତେ ମେଷ
ଯୋଗ- ଶୋଭନ
କରଣ – ଗର
ସୌରମାସ- ମିଥୁନ ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୫
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ୦୯/୫୦ ଗତେ ଉତ୍ତରେ
ମେଷ ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୨୮ ଗତେ ଘ୧୧/୪୬ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୮ ଗତେ ଘ୦୧/୩୯ ମଧ୍ୟେ ଓ ରାତ୍ରି ଘ୦୮/୩୫ ଗତେ ଘ୦୧/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୨ ଗତେ ଘ୦୬/୫୭ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଲାଉ ଦିବା ୦୯/୫୧ ଗତେ କଳମଶାଗ ଭକ୍ଷଣ ନିଷେଧ
═✧══•❁❀❁•═════✧
. ଆଜିର ରାଶିଫଳ
✧═════•❁❀❁•═════
ମେଷ
ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
✧═════•❁❀❁•═════
ବୃଷ
ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।

✧═════•❁❀❁•═════
ମିଥୁନ
ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।

✧═════•❁❀❁•═════
କର୍କଟ
ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।*
✧═════•❁❀❁•═════
ସିଂହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*,

✧═════•❁❀❁•═════
କନ୍ୟା
ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।*
✧═════•❁❀❁•═════
ତୁଳା
ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

✧═════•❁❀❁•═════
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

✧═════•❁❀❁•═════
ଧନୁ
ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

✧═════•❁❀❁•═════
ମକର
ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
✧═════•❁❀❁•═════

କୁମ୍ଭ
ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
✧═════•❁❀❁•═════

ମୀନ
କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking