25.1 C
Bhubaneswar
Saturday, February 7, 2026
Homeଓଡିଶାଆସନ୍ତାକାଲି ଅନଶନ କରିବ କଂଗ୍ରେସ

ଆସନ୍ତାକାଲି ଅନଶନ କରିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଦିନିକିଆ ଅନଶନ କରିବ କଂଗ୍ରେସ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅନଶନ ଚାଲିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବଡ ବଡ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ।

ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯାତନା ବଢିଚାଲିଛି, ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କଣ ବାର୍ତ୍ତା ବହନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ଯଦି ରାଜ୍ୟର ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵର ସହ ନେଉଛନ୍ତି ତେବେ ନାରୀ ନିର୍ଯାତନା ଏବଂ ହଇଜା ଉପରେ ଭାଷଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି। ଗୋପାଳପୁର, କେନ୍ଦୁଝର ଏବଂ ଯାଜପୁରକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେ କି ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking