21.1 C
Bhubaneswar
Thursday, February 5, 2026
Homeଓଡିଶାଜାତୀୟ ସ୍ଵାସ୍ଥ୍ୟ ମିଶନ ତରଫରୁ ଯାଜପୁରରେ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ

ଜାତୀୟ ସ୍ଵାସ୍ଥ୍ୟ ମିଶନ ତରଫରୁ ଯାଜପୁରରେ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିର ମୁକାବିଲା ଏବଂ ନିୟନ୍ତ୍ରଣ ନିମନ୍ତେ ଜାତୀୟ ସ୍ଵାସ୍ଥ୍ୟ ମିଶନ(ଏନ୍.ଏଚ୍.ଏମ୍) ତରଫରୁ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଟିମ୍ ମୁତୟନ କରାଯାଇଛି । ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି. ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ହସ୍ପିଟାଲମାନଙ୍କରେ ୮ ଜଣ ମେଡିସିନ ସ୍ପେସାଲିଷ୍ଟ ଏବଂ ଅଧିକ ୨୦ ଟି ମୋବାଇଲ ହେଲଥ ଟିମ୍ ମୃତୟନ କରାଯାଇଛି । ଏହାଛଡା ପ୍ରଭାବିତ ଅଞ୍ଚଳ ମାନଙ୍କରେ ୪୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର (ହେଲଥ କ୍ୟାମ୍ପ) ଆୟୋଜନ କରାଯାଇଛି ।ନୂଆ ମୃତୟନ ଟିମକୁ ଲଗାଇ ବର୍ତ୍ତମାନ ଜିଲ୍ଲାରେ ଏନ୍.ଏଚ୍.ଏମ୍ ର ୪୦ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାର୍ଯ୍ୟରତ ଅଛିନ୍ତି । ଡାଇରିଆ ଦେଖାଦେବାର ସୂଚନା ମିଳିବା ମାତ୍ରେ ପ୍ରଥମେ ୨୦ ଟି ଟିମ୍ କୁ ଜିଲ୍ଲାରେ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ କାର୍ଯ୍ୟକ୍ଷମ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଆଉ ୨୦ ଟି ଟିମ୍ ମୃତାୟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରଖି ଆବଶ୍ୟକତା ମୁତାବକ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ ଡାକ୍ତର ବୃନ୍ଦା ଏହି ମୁତୟନ ହୋଇଥିବା ଡାକ୍ତର ଏବଂ ସ୍ଵାସ୍ଥ୍ୟଟିମ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା, ଗ୍ରାମ ଓ ସହରାଞ୍ଚଳର ୱାର୍ଡ ସ୍ତରରେ ମାଇକ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର, ସ୍ଵାସ୍ଥ୍ୟ କାନ୍ଥ ମାନଙ୍କରେ ଡାଇରିଆ ସମ୍ବନ୍ଧିତ ସ୍ଵତନ୍ତ୍ର ସୂଚନା ପ୍ରଦାନ, ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନରେ ଓ.ଆର.ଏସ ଏବଂ ଜିଙ୍କ୍ କର୍ଣ୍ଣର ସ୍ଥାପନ, ଗ୍ରାମ୍ୟ କଲ୍ୟାଣ ସମିତିମାନଙ୍କର ସ୍ଵତନ୍ତ୍ର ବୈଠକରେ ସତର୍କତା ଓ ସଚେତନତା ମୂଳକ ବାର୍ତ୍ତର ପ୍ରସାର ଏବଂ ବିଭିନ୍ନ ପାନୀୟ ଜଳସ୍ରୋତ ଗୁଡିକର ନିୟମିତ ବିଶୋଧିକରଣ ଆଦି କାର୍ଯ୍ୟକ୍ରମକୁ କ୍ଷେତ୍ରସ୍ତରରେ ବ୍ୟାପକ କରାଯାଇଛି । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏନ୍.ଏଚ୍.ଏମ୍ ତରଫରୁ ମଧ୍ୟ ୧୦ଟି ଭ୍ରାମ୍ୟମାଣ ସଚେତନତା ଭ୍ୟାନ(ଆଇ.ଇ.ସି ଭ୍ୟାନ)  ନିୟୋଜନ କରାଯାଇଛି  ।ଏହାସହ, ଆଦିମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବା ସୁବିଧା ସୁବିଧା ଏବଂ ସଚେତନତା ବୃଦ୍ଧି ନିମନ୍ତେ ଏନ୍.ଏଚ୍.ଏମ୍ ତରଫରୁ ସ୍ଵତନ୍ତ୍ର କ୍ୟାମ୍ପମାନ ଆୟୋଜନ କରାଯାଉଛି । ରୋଗ ସର୍ବେକ୍ଷଣ ଏବଂ ଆଗୁଆ ଚିହ୍ନଟ ଆଦି କାର୍ଯ୍ୟକ୍ରମକୁ ଅଧିକ ଶାଣିତ ଏବଂ ଫଳପ୍ରଦ କରିବାକୁ ଡାକ୍ତର ବୃନ୍ଦା ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking