ଗଞ୍ଜାମ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ । ଦୃଢ କାଯ୍ୟାନୁଷ୍ଟାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାକି ଅଭିକ୍ତଙ୍କୁ ତୁରନ୍ତ ଗିରଫ ଦାବି କଲା ଏନସିଡବ୍ଲ୍ୟୁ । ଆଜି ପ୍ରେସମିଟରେ ବ୍ରହ୍ମପୁର ଏସ ପି ସୂଚନା ଦେଇଛନ୍ତି । ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛି । ଘଟମାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି । ସାଇଣ୍ଟିଫିକ ପ୍ରମାଣ ମଧ୍ୟ ସଂଗ୍ରହ ହୋଇଛି । ଚାର୍ଜସିଟରେ ସବୁ ପ୍ରମାଣ ଦାଖଲ କରିବ ପୁଲିସ । ପୀଡିତାଙ୍କ ଠାରୁ ଟଙ୍କା ଛଡେଇ ନେଇଥିବା ଅଭିଯୋଗ ହୋଇଛି । ତିନି ଜଣ ମୁଖ୍ୟ ଅଭିଯୁକ୍ତ ଗଣଦୁଷ୍କର୍ମ କରିଛନ୍ତି । ମୋଟ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ଉଦ୍ୟମ କରିବୁ । ଅଭିଯୋଗ ପରେ ପୁଲଲିସ ତୁରନ୍ତ କାଯ୍ୟାନୁଷ୍ଠାନ ନେଇଛି । ଅଘଟଣ ରୋକିବାକୁ ଆଗକୁ ପାଟ୍ରୋଲିଂ କଡାକଡି କରାଯିବ ।









