ନୂଆଦିଲ୍ଲୀ: ଜଙ୍ଗଲଚଟି ନିକଟରେ ବଡ ବଡ ପଥରର ଭଗ୍ନାବଶେଷ ପଡ଼ିବା ଯୋଗୁଁ ପାଦଚଲା ରାସ୍ତା ବାଧାପ୍ରାପ୍ତ ହୋଇଛି ।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୋନପ୍ରୟାଗରୁ କେଦାରନାଥ ଧାମକୁ ପଦଯାତ୍ରୀଙ୍କ ଯାତ୍ରା ସ୍ଥଗିତ ରଖାଯାଇଛି।ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଗଲଚଟି ନିକଟରେ ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଧାମକୁ ଯାଉଥିବା ପାଦଚଲା ରାସ୍ତା ଆଂଶିକ ଭାବରେ ବାଧାପ୍ରାପ୍ତ ହୋଇଛି।
ଭଗ୍ନାବଶେଷ ପଥର ବାଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ 02 ଜଣ ଆହତ ହୋଇଛନ୍ତି।ପାଣିପାଗ ପୂର୍ବାନୁମାନ ଅନୁଯାୟୀ ସେଠାରେ ଲଗାତାର ବର୍ଷା ସପ୍ତାହ ପାଇଁ ହଳଦିଆ ୱର୍ଣ୍ଣି ଜାରି କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ, ସୋନପ୍ରୟାଗରୁ କେଦାରନାଥ ଧାମକୁ ପଦଯାତ୍ରା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କେବଳ ଜଙ୍ଗଲଚଟି ଅଞ୍ଚଳରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଯାତ୍ରୀମାନଙ୍କୁ ପୋଲିସ ସୁରକ୍ଷାରେ ଉଦ୍ଧାର କରଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।କେଦାରନାଥ ଧାମକୁ ଆସୁଥିବା ଭକ୍ତମାନଙ୍କୁ ନିରାପଦରେ ରହିବାକୁ ଏବଂ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ହୋଟେଲ ଇତ୍ୟାଦିରେ ରହିବାକୁ ଜିଲ୍ଲା ପୋଲିସ ନିବେଦନ କରିଛନ୍ତି ।










