ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାର ନିଜର ସଫଳତା ପ୍ରଚାରରେ ମସଗୁଲ ରହିବା ଦେଶବାସୀଙ୍କ ପାଇଁ ପ୍ରତାରଣା ହୋଇଛି। ବିମାନ ଦୁର୍ଘଟଣାରେ ୨୭୨ ଜଣ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ଝାଡାବାନ୍ତିରେ ୧୨ ଜଣରୁ ଉର୍ଦ୍ଧ୍ବଲୋକ ମୃତ୍ୟୁବରଣ କଲେଣି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ କେତେ ସମ୍ବେଦନଶିଳ ତାହା ବାରିହୋଇପଡ଼ୁଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କ୍ଷଭୋ ପ୍ରକାଶ କରିବା ସହ ତିବ୍ର ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମ ବର୍ଷ ପୂର୍ତି ପାଳନ କରୁଛନ୍ତି ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ନିକଟରେ ବଲାଙ୍ଗିରରେ ଜଣେ କୋଟିପତି ଇଞ୍ଜିନିଅର ଧରାହେବା ରାଜ୍ୟରେ ଦୁର୍ନୀତି ସ୍ଥିତି ସମ୍ପୂର୍ଣ ରୂପେ ବାରି ହୋଇପଡିଛି। ମନ୍ତ୍ରୀ-ଅଫିସର ଭ୍ରଷ୍ଟାଚାରରେ ମାତିଛନ୍ତି । ମୁଖ୍ୟଯନ୍ତ୍ରୀ ଧରାପଡ଼ୁଛନ୍ତି ସିବିଆଇ ବାଲା ଇଡି ଅଧିକାରୀଙ୍କୁ ଧରୁଛନ୍ତି, ଯୁବ-ଆଇଏଏସ ବି ଧରାପଡ଼ୁଛନ୍ତି । ଏଥୁରୁ ଦୁର୍ନିତି କେଉଁ ସ୍ତରକୁ ଛୁଇଁଛି ତାହା ଜଳଜଳ ଦିଶୁଛି । ରାଜ୍ୟରେ ଧାନମଣ୍ଡିରେ କଟଣୀ ଛଟଣୀରେ ୨୦୦୦ କୋଟି ଟଙ୍କାର ଦୁର୍ନିତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। କଟନୀ ଛଟନୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହେଉଛି । ଧାନ ଦେବା ପାଇଁ ଚାଷୀ ଖରାରେ ପଡି ରହୁଛି ।ରାଜ୍ୟରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ ବିଗିଡି ଯାଇଛି । ଯାଜପୁରରେ ଝାଡ଼ାବାନ୍ତିରେ ୧୧ ଜଣଙ୍କ ଜୀବନ ଯିବା ଘଟଣା ରାଜ୍ୟରେ ସ୍ବାସ୍ଥ୍ୟ ସେବାର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାଜପୁର ଜିଲ୍ଲାରେ ନର୍ସ ଓ ଡାକ୍ତର ୪୦୦ ପଦବୀ ଖାଲି ପଡ଼ିଛି। ଅନ୍ୟଜିଲ୍ଲା ମାନଙ୍କରେ ୨୦୦ ରୁ ୪୦୦ ଡାକ୍ତରୀ ପଦବୀ ଖାଲି ପଡ଼ିଥିବାବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ସହଜ ଅନୁମେୟ । ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ୧୨ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର ନାହାନ୍ତି। ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ପ୍ରତି ଯୋଗ୍ୟ ହିତାକାରୀଙ୍କୁ ୫୦ ହଜାର ଟଙ୍କା ଦେବା ବଦଳରେ ପ୍ରତି ବର୍ଷ ଦୁଇ କିସ୍ତିରେ ୧୦ ହଜାର ଦେବା ରାଜ୍ୟର ମା ମାନଙ୍କ ପାଇଁ ଉପହାସ ନୁହେଁ କି ବୋଲି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି ।ସୁଭଦ୍ରା ଯୋଜନାରେ କହିଲେ ୫୦ ହଜାର ଦେବେ ଯାହାକୁ କି ୨ ବର୍ଷରେ ମହିଳାମାନେ ଖର୍ଚ୍ଚ କରିବେ । ଏବେ ଯେଉଁ ୬ ମାସରେ ୫ ହଜାର ଟଙ୍କା ଦେଉଛି ତାହା ଦିନକୁ ୨୭ ଟଙ୍କା ପଡ଼ୁଛି, ଯାହାକି ଗୋଟେ ମିଲ୍ର ଦାମ୍ ନୁହେଁ । ସୁଭଦ୍ରା କୋଟିଏ ଲୋକଙ୍କୁ ଦେଲୁ ବୋଲି ପ୍ରଚାରରେ ଶହଶହ କୋଟିର ବିଜ୍ଞାପନ ଦିଆଯାଉଛି ।
ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ରାଜ୍ୟ ବିଜେପି ସରକାର ପୂର୍ତି ପାଳନ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଭକ୍ତ ଦାସ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ ଫେଲ ମାରିଛି ।ଆୟୁଷ୍ଠାନ ଯୋଜନାର ପ୍ରଚାର ହେଉଛି, ହସପିଟାଲ କିନ୍ତୁ ରୋଗୀ ରଖୁନି,ରୋଗୀ ହନ୍ତସନ୍ତ ହୋଇ ଚିକିତ୍ସା ପାଉନାହାନ୍ତି । ରୋଗୀକୁ ଘରୋଇ ଡାକ୍ତରଖାନା ଦୁଆରୁ ଫେରିବାକୁ ପଢୁଛି । ପ୍ରଦୂଷଣରୁ ସଂକ୍ରମଣ, ଲୋକେ ହଇଜାରେ ମରୁଛନ୍ତି, ଟଙ୍କାଟିଏ ବି ଅନୁକମ୍ପା ରାଶି ନାହିଁ । ଉତ୍ସବ ମନାଇବା ପାଇଁ ଏପରି ସମୟରେ ପ୍ରଧାନମନ୍ତ୍ରୀ ଆସିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧିଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇ ଜାତି ଜନଗଣନାକୁ ସ୍ୱୀକୃତି ଦେଲେ ତେବେ ସମୟସୀମା ନିର୍ଦ୍ଧାରଣ ହୋଇନାହିଁ। ଜନସାଧାରଣଙ୍କ ସମସ୍ୟା ନେଇ କଂଗ୍ରେସ କିଛିମାସ ହେଲା ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି । ପେଟ ଓ କ୍ଷେତକୁ ପାଣି ନାହିଁ ଫ୍ୟାକ୍ଟି କୁ କିନ୍ତୁ ପର୍ଯ୍ୟାପ୍ତ ପାଣି ଦିଆଯାଉଛି । ଏହା ସରକାରଙ୍କ କିଭଳି କମ୍ପାନୀ ପ୍ରୀତି ସହଜେ ଜଣାପଡ଼ୁଛି । ଉଦ୍ୟମକ୍ରାନ୍ତି ଯୋଜନାରେ ଯୁବବର୍ଗଙ୍କୁ ବିନାସୁଧରେ ଋଣ ଦେବେ କହିଥିଲେ ହେଲେ ବ୍ୟାଙ୍କଗୁଡ଼ିକ ଖାଲି କାଗଜପତ୍ର ମାଗିବାରେ ବ୍ୟସ୍ତ। ପ୍ରତି ଜିଲ୍ଲାରେ ମେଡିକାଲ ଓ ନସିଂ କଲେଜ ଗଢ଼ିବେ କହିଥିଲେ, କିଛି ହୋଇନାହିଁ ।
କଂଗ୍ରେସର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ରାଜ୍ୟର ବିଜେପି ଯାହା ପ୍ରତିଶ୍ରୁତି ଦେଇଥୁଲା ତାହା ପାଳନ କରିନାହିଁ । ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ବିଧାନ ସଭାରେକଂଗ୍ରେସ ସଦସ୍ୟମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବନ କରାଯାଉଛି। ଖୋଦ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳରେ ବିମାନ ବନ୍ଦର ନିର୍ମାଣ ପାଇଁ ବିନା ପଲ୍ଲିସଭା ବିନା ଗ୍ରାମ ସଭାରେ ଆଦିବାସୀ ପରିବାରଙ୍କୁ ବିସ୍ତାପିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇ ଆଦିବାସୀ ଜମିକୁ ଅମ୍ବାନି ଓ ଅମ୍ବାନିକୁ ଟେକି ଦେଉଛନ୍ତି ।
ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲକା କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହସ୍ତତନ୍ତ ପାର୍କ କରିବେ ବୋଲି କହିଥିଲେ କିନ୍ତୁ କୁଆଡେ ଗଲଶ। ୫୧ ହଜାର ଚାକିରୀ କାହିଁ ? ୩ ହଜାର ଟଙ୍କାର ଭରା କୁଆଡ଼େ ଗଲା ? ୮୦ ବର୍ଷ ଉପରେ ୩,୫୦୦/- ଦେବେ କହି ଗାଁ ପିଛା ୨/୩ ଜଣ ମାତ୍ର ପାଉଛନ୍ତି । ସବୁ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ଦେବେ ବୋଲି କହିଥିଲେ କିନ୍ତୁ ଭୂଆଁ ବୁଲାଇଲେ । ଜିଲ୍ଲା ଯୋଜନା କମିଟି ହୋଇନାହିଁ, ଜିଲ୍ଲା ଖଣିଜ ଫଣ୍ଡ ଟ୍ରଷ୍ଟ ହୋଇନାହିଁ; ସ୍ଥାନୀୟ ବିକାଶ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ? କୋରାପୁଟ ମେଡିକାଲ କଲେଜରେ ଭୁଲ ଇଂଜେକ୍ସନ ପାଇଁ ୫ ଜଣ ନିରିହ ଜୀବନ ଗଲା ଟଙ୍କାଟିଏ ବି ସାହାଯ୍ୟ ନାହିଁ ? ଗଭଣ୍ଡିଂ ବଡି କେବେ ହେବ ? ରୋଗୀ କଲ୍ୟାଣ ସମିତି ନାହିଁ । ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଛି ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କ ହାତଗୋଡ଼ ବାନ୍ଧି ନିର୍ଯାତନା ଦିଆଯାଉଛି । ଅନ୍ତଃଜାତି ବିବାହ ପାଇଁ ୪୦ ଜଣ ମହିଳାଙ୍କୁ ନଣ୍ଡା କରିବା ସଫଳତା କ’ଣ ବଖାଣୁଛ ବୋଲି ସେ ତିବ୍ର ସମାଲୋଚନା କରୁଥିଲେ।
ଅନୁରୂପ ଭାବେ ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲୁ କହିଥିଲେ ଯେ ବର୍ଷ ଏକ, ପ୍ରତାରଣା ଅନେକ । ପ୍ରାକୃତିକ ସମ୍ପଦରେ ସବୁଠୁ ଧନୀ ରାଜ୍ୟର ଲୋକ ସବୁଠୁ ଗରିବ । ୧୦ ବର୍ଷ ବିଜେପି ଶାସନ କରିଛି । ଆଦିବାସି ଅଧ୍ଯୁଷିତ ଜିଲ୍ଲାରେ କେନ୍ଦୁପତ୍ର, ଶାଳପତ୍ର, ମହୁଲ ମୁଖ୍ୟ ଆଦିବାସୀମାନଙ୍କର ମୁଖ୍ୟ ଜିବିକା। ଖରିଫ ବିକ୍ରି ଲାଇସେନ୍ସ ଗ୍ରାମସଭାରେ ଥିଲା । ବିଜେପି ଆସିବା ପରେ ଗ୍ରାମସଭାରୁ କ୍ଷମତା ଛଡ଼ାଇନିଆଗଲା ପୁଲିସ ଲୋକଙ୍କୁ ଜେଲ୍ ପଠାଉଛି । ୫ମ ସୂଚୀ ଅନୁସାରେ ଆଦିବାସୀଙ୍କୁ ପଟ୍ଟା ଦେଉନାହାନ୍ତି । ବାଦନ ପଳାୟନ ସବୁଠୁ ବଡ଼ ସମସ୍ୟା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ଶାସନରେ ଗଞ୍ଜାମ ଜିଲ୍ଲାରେ କୌଣସି ଶିଳ୍ପ କଳକାରଖାନା ହୋଇନଥିବାବେଳେ ସେଠିକାର ଜନସାଧାରଣମାନେ ଦାଦନ ଖଟିବାକୁ ବାଧ୍ଯ ହେଉଛନ୍ତି । ଦାଦନ ଋତୁରେ ଗଂଜାମରେ ୫୦ ଭାଗ ଘରେ ତାଲା ପଡ଼େ । କଳିଙ୍ଗନଗରରେ ଆଦିବାସୀଙ୍କ ଉପରେ ଗୁଳି କରିଥିଲେ। ୧୪ ଜଣ ଆଦିବାସୀଙ୍କର ମୃତ୍ୟୁ ହୋଇଥିଲା ଏପରିକି ହାତପାପୁଲି କାଟି ଦେଇଥିଲେ। ସେତେବେଳେ ସୋନିଆ ୧ ଲକ୍ଷ ଦେଇଥିଲେ । ସେମାନେ ଆଜି ବି କଳିଙ୍ଗନଗରରେ କ୍ଷତିପୂରଣ ପାଇଁ ଲଢ଼ୁଛନ୍ତି I ଜମିର କାଗଜାତ ନ ଥିବାରୁ ବିସ୍ଥାପିତ ଜମିର କ୍ଷତିପୂରଣ ପାଉନାହାନ୍ତି । ଅନୁଗୁଳ, କେଉଁଝର, ମୟୂରରଂଜ, ସୁନ୍ଦରଗଡ଼ ପିଲାମାନେ କୁପୋଷଣର ଶିକାର ହେଉଛନ୍ତି । ଦୁର୍ନୀତିର ଜିରୋ ଟଲରେନ୍ସ କହିଥିଲେ କିନ୍ତୁ ଭ୍ରଷ୍ଟାଚାର ସୀମା ପାର । ଶାହା କମିସନ ଅନୁସାରେ କାର୍ଯ୍ୟାନୁଷ୍ଠାନ କାହିଁ ? ଖଣିଜ ପଦାର୍ଥ ଉତ୍ତୋଳନ ହେଉନାହିଁ; ସରକାରୀ ଉଦାସୀନତା ଯୋଗୁଁ ୨ ଲକ୍ଷ କୋଟି ହରାଉଛି, ସୁପ୍ରିମ କୋର୍ଟଙ୍କ ଆଦେଶ ସତ୍ତ୍ବେ। ଚିଟଫଣ୍ଡ- ୪୦ ଘଣ୍ଟାରେ ପଇସା ଫେରାଇବୁ କହିଥିଲେ ନା ପଇସାଟିଏ ଦେଲେ ନା ଜଣକୁ ଗିରଫ କଲେ ? ୪୪ ହଜାର ମହିଳା ନିଖୋଜ; ଆରବ ଦେଶରେ ଅନେକ ବିକ୍ରି । ଆଜି ବି ୧୪ ବିଧାୟକ ସସ୍ପେଣ୍ଡ ମହିଳାଙ୍କ ସୁରକ୍ଷା ଦାବିରେ । ୩୦୦ ୟୁନିଟ ମାଗଣା ବିଜୁଳି କଥା କ’ଣ ହେଲା ? ୨୦୨୯ ଯାଏ ସାଢ଼େ ୩ ଲକ୍ଷ ଚାକରୀ; ବର୍ଷକୁ ୭୦ ହଜାର, ୨୭ ହଜାର ଦେଇଛନ୍ତି ବୋଲି କହୁଛନ୍ତି । ୨ ଲକ୍ଷ କୋଟିର ରଣଯନ୍ତା ଧର୍ମେନ୍ଦ୍ର ପ୍ରଧାନ ନିଜ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗର ସଂରକ୍ଷଣ କରିପାରିଲେନି । ସ୍ୱାସ୍ଥ୍ୟସେବାର ହାଇ ବେହାଲ ସରକାର କେବଳ ଲୁଟିଚାଲିଛି। ଅନୁଗୁଳର ଜଣେ ବିଧାୟକ ବିନା ଫରେଷ୍ଟ କ୍ଲିୟରାନ୍ସରେ ୯୦ ଲକ୍ଷ ଗଛ କଟାଇଲେ କିନ୍ତୁ ସରକାର ନିରବ ବୋଲି ସେ କହିଥିଲେ ।










