17.1 C
Bhubaneswar
Sunday, December 21, 2025
Homeଓଡିଶାସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ 

ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ 

ଯାଜପୁର : ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ଝାଡାବାନ୍ତି ବ୍ଯାପି ଥିବାର ଖବର ଆସିବା ମାତ୍ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।  ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖାଯିବାକୁ ନିର୍ଦ୍ଦେଶ ଦିଆ ଯାଇଛି।  ଏହା ସହିତ ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବା, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ ଖାଦ୍ଯ ଉପରେ କଟକଣା, ଖାଦ୍ଯ ସୁରକ୍ଷା ଯାଞ୍ଚକୁ କଡାକଡି କରିବା ପାଇଁ ପଦକ୍ଷେପ ନିଆଯାଉଛି।  ପଡୋଶୀ ଜିଲ୍ଲାକୁ ଯେପରି ଏହି ରୋଗ ନ ବ୍ୟାପିବ ସେଥିପାଇଁ ସେମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆ ଯାଉଛି।

ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ଯାନ୍ଯ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ରୋଗ ଆରମ୍ଭ ସମୟରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ରୁ ଡାକ୍ତରୀ ଦଳ ଯାଇ ରୋଗୀ ମାନଙ୍କ ଚିକିତ୍ସା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।  ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଡାକ୍ତର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ନିୟମିତ ଆଲୋଚନା କରି ସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାରଙ୍କୁ ଝାଡାବାନ୍ତି ନିୟନ୍ତ୍ରଣରେ ସହାୟତା କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଭାରତୀୟ ଆୟୂର୍ବିଜ୍ଞାନ ଗବେଷଣା ପରିଷଦ ‘ (ICMR) ର ଟିମ୍ ମଧ୍ୟ ଓଡିଶା ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking