35.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଲୋମହର୍ଷଣକାରୀ ଘଟଣା: ୪ ପିଲାଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁପଡ଼ିଲା ବାପା

ଲୋମହର୍ଷଣକାରୀ ଘଟଣା: ୪ ପିଲାଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁପଡ଼ିଲା ବାପା

ଫରିଦାବାଦ୍‌: ଫରିଦାବାଦରେ ଘଟିଥିବା ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜର ୪ ପୁଅ (୧୦ବର୍ଷ, ୯ ବର୍ଷ, ୫ ବର୍ଷ ଏବଂ ୩ ବର୍ଷ)ଙ୍କୁ ସାଙ୍ଗରେ ଧରି ଏକ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁପଡିଛନ୍ତି । ଏହି ଘଟଣାକୁ ନେଇ କେବଳ ଫରିଦାବାଦ୍ ନୁହେଁ ବରଂ ପୁରା ହରିଆଣା, ଦିଲ୍ଳୀ ଏବଂ ବିହାର ଆଦି ରାଜ୍ୟର ଲୋକେ ମଧ୍ୟ ଗଭୀର ମାନସିକ ଅବସାଦଗ୍ରସ୍ତ ହୋଇପଡିଛନ୍ତି।

ରିପୋର୍ଟ ଅନୁସାରେ ମନୋଜ ମହତୋ (ବିହାରର ତାରାତର ବାହାରିୟା ଗ୍ରାମର ସ୍ଥାୟୀ ନିବାସୀ) ନିଜ ପତ୍ନୀ ଏବଂ ୪ ପୁଅଙ୍କ ସହ ଫରିଦାବାଦ୍‌ରେ ଏକ ଭଡାଘରେ ରହୁଥିଲେ । ଏହି ଅଞ୍ଚଳରେ ମନୋଜ ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ବେଶ୍ କିଛି ଦିନ ଧରି ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ମନୋଜ । ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ମଧ୍ୟ ହେଉଥିଲା । ତେବେ ମଙ୍ଗଳବାର ଅପରାହ୍ନରେ ମନୋଜ ନିଜର ୪ ପିଲାଙ୍କୁ ପାର୍କ ନେଇଯିବା ବାହାନାରେ କିଛି ଦୂରରେ ଥିବା ଏଲସନ୍ ଚୌକ୍ ଫ୍ଲାଏଓଭର ତଳ ଟ୍ରେନ୍ ଟ୍ରାକ୍ ନିକଟକୁ ଚାଲିଯାଇଥିଲେ । ସେଠାରେ ପିଲାମାନେ ଚିପ୍ସ ଏବଂ କୋଲ୍ଡ ଡ୍ରିଙ୍କ୍‌ସ ମାଗିବାରୁ ସେସବୁକୁ ମନୋଜ କିଣି ପିଲାଙ୍କୁ ଦେଇଥିଲେ ଏବଂ ଅପେକ୍ଷା କରିଥିଲେ ଟ୍ରେନ୍ ଆସିବା ପର୍ଯ୍ୟନ୍ତ । ଟ୍ରେନ୍ ଆସୁଥିବା ଜାଣି ସେ ପିଲାମାନଙ୍କୁ ଟ୍ରେନ୍ ଟ୍ରାକ୍‌କୁ ନେଇଯାଇଥିଲେ ଏବଂ ଚାଲିବା ଆରମ୍ଭ କରିଥିଲେ । ଯେତେବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ସେମାନଙ୍କ ନିକଟତର ହୋଇଥିଲା ସେତେବେଳେ ପିଲାମାନେ ଭୟଭୀତ ହୋଇ ପଳାଇଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମନୋଜ ସେମାନଙ୍କୁ ଜାବୁଡି ଧରିଥିଲେ ଏବଂ ଛାଡିନଥିଲେ ।

ଅନ୍ୟପକ୍ଷେ ଟ୍ରେନ୍ ଚାଳକ ଲୋକୋ ପାଇଲଟ୍ ସେମାନଙ୍କୁ ଦେଖି ସାଇରନ୍ ବଜାଇଥିଲେ ମଧ୍ୟ ମନୋଜ ହଟିନଥିଲେ । ଟ୍ରେନ୍ ମନୋଜ ଏବଂ ୪ କୋମଳ ଶିଶୁଙ୍କ ଉପରେ ମାଡ଼ିଯାଇଥିଲା । ତେବେ ମନୋଜ ନିଜ ପକେଟରେ ରଖିଥିବା ନିଜ ଆଧାର କାର୍ଡରୁ ପୁଲିସ୍ ମୃତକଙ୍କୁ ଚିହ୍ନଟ କରିଥିଲା । ସେହିପରି ମନୋଜ ନିଜ ପାଖରେ ରଖିଥିବା ଏକ ସ୍ଲିପ୍ (ମୋବାଇଲ୍ ନଂ ଲେଖାଥିଲା)ରୁ ପୁଲିସ୍ ମନୋଜଙ୍କ ପତ୍ନୀଙ୍କୁ ଏସମ୍ପର୍କରେ ଜଣାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking