18.1 C
Bhubaneswar
Monday, December 22, 2025
Homeଓଡିଶାଲଞ୍ଚ ହେଲା 'ଶ୍ରୀ ଜଗନ୍ନାଥ ଧାମ' ଆପ

ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ’ ଆପ

ପୁରୀ: ରଥଯାତ୍ରା ପୂର୍ବରୁ ଲଞ୍ଚ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ନଏମରେ ଏକ ଆପ ପୁରୀ ଜିଲ୍ଲା ପ୍ରଶାସନ ଲଞ୍ଚ କରିଛି । ଏହି ଆପ ମନ୍ଦିରର ରୀତିନୀତି, ଧାଡି ସ୍ଥିତି ଏବଂ ରଥଯାତ୍ରା ଭଳି ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ରିଅଲ୍-ଟାଇମ୍ ଅପଡେଟ୍ ଦିଏ । ଏହି ଆପ୍ ପରିଦର୍ଶକଙ୍କ ପାଇଁ ଏକ ଡିଜିଟାଲ୍ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରେ, ଯାହା ଦୈନନ୍ଦିନ କାର୍ଯ୍ୟସୂଚୀ, ମହାପ୍ରସାଦ ଉପଲବ୍ଧତା ଏବଂ ପ୍ରମୁଖ ଧାର୍ମିକ ସ୍ଥାନଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରେ। ଏହା ସହିତ, ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସଂଯୋଜିତ କରାଯାଇଛି। ଜୁନ୍ ୨୭ ତାରିଖରେ ରଥଯାତ୍ରା ପୂର୍ବରୁ ଏହାର ଶୁଭାରମ୍ଭ ହେବା ସହିତ, ଏହି ଆପ୍ଲିକେସନ୍ ଭକ୍ତମାନଙ୍କ ପାଇଁ ସୂଚନା ଉପଲବ୍ଧତାକୁ ସୁଗମ କରିବ ଏବଂ ପୁରୀର ମୂଳ ଜଗନ୍ନାଥ ଧାମ ଭାବରେ ପରିଚୟକୁ ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଛି । ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ନିୟମିତ ଅପଡେଟ୍ ଆଗାମୀ ମାସଗୁଡ଼ିକରେ ଉନ୍ନତ କାର୍ଯ୍ୟକ୍ଷମତା ପ୍ରଦାନ କରିବ।

ଖୁବ୍ ଶୀଘ୍ର ଏହି ଆପରେ ଯୋଡ଼ି ହେବ ନୂଆ ନୂଆ ଫିଚର । କୁମ୍ଭ ମେଳା ପରି ଏଥର ରଥରେ ଏଆଇ ଉପରେ ଫୋକସ୍। ଶ୍ରୀମନ୍ଦିର ଦର୍ଶନ ପାଇଁ ଧାଡ଼ିରେ ଛିଡା ହୋଇଥିଲେ ଏବେ ଅପେକ୍ଷାରତ ସମୟ ବିଷୟରେ ସୂଚନା ଦେବ ଆପ । କେଉଁ ପାର୍କିଂରେ ସ୍ଥାନ ଅଛି ଆଗୁଆ ସୂଚନା ମିଳିବ । କେଉଁଠାରେ ଭିଡ଼ ଅଛି, କେଉଁ ପଟକୁ ଯିବାକୁ ହେବ, ସବୁ ରୁଟ୍ ସୂଚନା ଦେବ ଏଆଇ ସକ୍ଷମ ଆପ ।  ଶ୍ରୀମନ୍ଦିରରେ ହେଉଥିବା ମହାପ୍ରଭୁଙ୍କ ନୀତିର ତାରିଖ ଓ ସମୟ ସହ ମହାପ୍ରସାଦ, ଆଳତୀ, ଦର୍ଶନ, ପର୍ବପର୍ବାଣିର ଆପରେ ସବିଶେଷ ସୂଚନା ରହିଛି ।

ଏହାସହିତ ଦର୍ଶନ ପାଇଁ ଗଲାବେଳେ କଣ କରିବେ, କଣ ନକରିବେ ସେନେଇ ସୂଚନା ରହିଛି । ଉପଲବ୍ଧ ଭକ୍ତ ନିବାସ, ଏହାର ଠିକଣା, ଫୋନ୍ ନମ୍ୱର୍, ଏ ସମସ୍ତ ବିଷୟରେ ମଧ୍ୟ ରହିଛି ସମସ୍ତ ସୂଚନା । ନିକଟସ୍ଥ ପାର୍କିଂ, ଲକର ଏବଂ ଜୋତା ଷ୍ଟାଣ୍ଡ, ଅନଲାଇନ୍ ଡୋନେସନ୍ ସମେତ ହୁଣ୍ଡି ରୁ ଆୟ ବିଷୟରେ ଜାଣିବା ପାଇଁ ମଧ୍ୟ ତଥ୍ୟ ରହିଛି ।ସେଇଭଳି ବେଳାଭୂମି, ଅନ୍ୟ ଦର୍ଶନୀୟ ସ୍ଥାନ, ଏବଂ ଜିଲ୍ଲାର ବିଭିନ୍ନ ତୀର୍ଥସ୍ଥାନ ବିଷୟରେ ଆପରେ ସୂଚନା ରହିଛି । ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ରହିଛି ସୂଚନା । ବିଚ୍, ଲାଇଫ ଗାର୍ଡ, ଏଟିଏମ୍, ରୁଟ ମ୍ୟାପ୍, ପାଣି, ଟଏଲେଟ୍, ଲଷ୍ଟ ଆଣ୍ଡ ଫାଉଣ୍ଡ ପଏଣ୍ଟ ଆଦି ବିଷୟରେ ମଧ୍ୟ ସବିଶେଷ ସୂଚନା ଦେଉଛି ଏହି ଆପ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking