22.1 C
Bhubaneswar
Thursday, February 12, 2026
Homeଓଡିଶାସୁକିନ୍ଦା ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ 

ସୁକିନ୍ଦା ବ୍ଲକରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ 

ଯାଜପୁର: ଯାଜପୁର ଜିଲ୍ଲା ର: ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତରେ ବନ୍ଧଗାଁ ଏବଂ ପିମ୍ପୁଡିଆ ପଞ୍ଚାୟତର ପିମ୍ପୁଡିଆ ଗ୍ରାମରେ ତା ୦୫.୦୬.୨୦୨୫ ରିଖ ଦିନ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ଗବେଷଣା ପରିଷଦର ସଙ୍ଗୀତ ଗାନ କରାଯାଉଥିଲା ଏବଂ ଭାରତର ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ଲିପି ଦାସ ଓ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ମୋହନ ବାଗେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିଥିଲେ। ତତ୍ ସହିତ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକ ଡ. ବବିତା ମିଶ୍ର, ଡ. ବିଜୟ କୁମାର ରାଉତରାୟ, ବ୍ଲକ୍ କୃଷି ଅଧିକାରୀ ଭଦ୍ରନାରାୟଣ ଦାସ,ସହକାରୀ କୃଷି ଅଧିକାରୀ ଅନିତା ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଯୋଗ ଦେଇ ଓଡ଼ିଶା ସରକାରଙ୍କ କୃଷି ତଥା ଆନୁସଙ୍ଗିକ ବିଷୟରେ ଥିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଫସଲରେ ସମନ୍ୱିତ ରୋଗ ପୋକ ପରିଚାଳନା ଅଦିନିଆ ପନି ପରିବା ଚାଷ, ଫୁଲ ଚାଷ, ସୁରକ୍ଷିତ ଗୃହରେ ଚାଷ, ଛତୁ ଚାଷ, ମତ୍ସ୍ୟ ଓ ପଶୁପାଳନ, ଜୈବିକ ଚାଷ ଇତ୍ୟାଦି ଉନ୍ନତ ଜ୍ଞାନ କୌଶଳ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଥିଲା। କୃଷି ରଥ ମଧ୍ୟରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସରକାରୀ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ରେବତୀ ମହନ୍ତ ଓ ସରପଞ୍ଚ ଶ୍ରୀ ତପନ ନାୟକ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହିତ ସଭା ଶେଷ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking