27.1 C
Bhubaneswar
Monday, May 11, 2026
Homeଓଡିଶାଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ଗତ ରାତିରେ ଅଭାବନୀୟ ଘଟଣା ଘଟିଛି । ପୂର୍ବର ଶତ୍ରୁତାକୁକେନ୍ଦ୍ର କରି ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଛି ମୃତକ ହେଲେ ନକୁଳ ପ୍ରଧାନ । ପୁଲିସ ଘଟଣା ସ୍ଥଳରେ ଖବର ପାଇ ପହଞ୍ଚିଛି । ହତ୍ୟା କରିଥିବା ଅଭିଯୁକ୍ତ ଫେରାର ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ରଜ ପର୍ବରେ ଗାଁରେ ଦୋଳି ନିର୍ମାଣକୁ କେନ୍ଦ୍ର କରି ଗାଁର ନକୁଳ ପ୍ରଧାନ ଏବଂ ଦୁଇ ଜଣ ଯୁବକ ଜିତୁ ପ୍ରଧାନ ଏବଂ କାହ୍ନା ପ୍ରଧାନଙ୍କ ଭିତରେ ଝଗଡ଼ା ହେଇଥିଲା । ଦୋଳି ନିର୍ମାଣ ପାଇଁ କାମ ଚାଲିଥିବା ବେଳେ ଝଗଡ଼ା ଚରମ ସୀମାରେ ପହଂଚି ଥିଲା।  ଖବର ପାଇ ଆଜି ସକାଳେ ପାଲଲହଡା ପୁଲିସ ଭୀମକାଣ୍ଡ ଗାଁରେ ପହଂଚି ନକୁଳର ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking