27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଲଦାଖ ପାଇଁ କେନ୍ଦ୍ରର ନୂଆ ସଂରକ୍ଷଣ ନୀତି

ଲଦାଖ ପାଇଁ କେନ୍ଦ୍ରର ନୂଆ ସଂରକ୍ଷଣ ନୀତି

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ସଂରକ୍ଷଣ ନୀତି ଲାଗୁ କରାଯାଇଛି । ପ୍ରକାଶିତ ଏକାଧିକ ବିିଜ୍ଞପ୍ତି ଅନୁଯାୟୀ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ସରକାରୀ ଚାକିରିରେ ୮୫% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ଏହା ବ୍ୟତୀତ ‘ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ’ରେ ମହିଳାଙ୍କ ନିମନ୍ତେ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହିବ । ସୂଚନାଯୋଗ୍ୟ, ୨୦୧୯ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜାମ୍ମୁ-କାଶ୍ମୀର ଏବଂ ଲଦାଖ)ରେ ବିଭକ୍ତ କରାଯାଇଥିଲା । ସେହିଦିନଠାରୁ ଲଦାଖବାସୀ ସେମାନଙ୍କର ଭାଷା, ସଂସ୍କୃତି ଏବଂ ଜମିର ସାମ୍ବିଧାନିକ ସୁରକ୍ଷା ନିମନ୍ତେ ଦାବି କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଉପରୋକ୍ତ ସଂରକ୍ଷଣ ନୀତି ଘୋଷଣା କରାଯାଇଥିବାବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ନୂଆ ନୀତି ଅନୁଯାୟୀ ଯେଉଁ ବ୍ୟକ୍ତି ୧୫ ବର୍ଷ ଧରି ଲଦାଖରେ ବାସ କରୁଥିବେ, ୭ ବର୍ଷ ପର୍ଯ୍ୟନ୍ତ ୧୦ମ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲଦାଖରେ ପାଠ ପଢିଥିବେ, ସେହି ବ୍ୟକ୍ତିଙ୍କୁ ହିଁ ଏଭଳି ସଂରକ୍ଷଣ ସୁବିଧା ମିଳିବ । ଏହାବ୍ୟତୀତ ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀ, ପିଏସୟୁ, ଜାତୀୟକରଣ ବ୍ୟାଙ୍କ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କର୍ମଚାରୀ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁବନ୍ଧିତ ରିସର୍ଚ୍ଚ ପ୍ରତିଷ୍ଠାନର କର୍ମଚାରୀ ଅତିକମ୍‌ରେ ଲଦାଖରେ ୧୦ ବର୍ଷ ଚାକିରି କରିଥିବେ, ସେମାନଙ୍କର ସନ୍ତାନମାନେ ଲଦାଖ ବାସିନ୍ଦାଭାବେ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅପରପକ୍ଷରେ ଆର୍ôଥକ ଅନଗ୍ରସର ବର୍ଗଙ୍କୁ ୧୦% ସଂରକ୍ଷଣ ସୁବିଧା ମିଳିବ । ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ ଆଇନ ୧୯୯୭ ଅନୁଯାୟୀ ପରିଷଦର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଲଦାଖବାସୀଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ୨୦୨୩ ଜାନୁଆରୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଲଦାଖ ପ୍ରତିନିଧିମଣ୍ଡଳଙ୍କ ସହ କମିଟି ସଦସ୍ୟମାନେ ଏକାଧିକ ବାର ଆଲୋଚନା ମଧ୍ୟ କରିଥିଲେ । ଦାବି ସମ୍ପର୍କରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୨୦୨୪ ଡିସେମ୍ବରରେ ଲଦାଖର ଜଳବାୟୁ କର୍ମକର୍ତ୍ତା ସୋନମ୍ ୱାଙ୍ଗଚୁକ ଆମରଣ ଅନଶନରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking