ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡି ଥାନା ଲକ୍ଷ୍ମୀନାରାୟଣପୁର ଛକରେ ବସ ଦୁର୍ଘଟଣା । ବିଶ୍ରାମଗାର ଉପରକୁ ଚଢିଗଲା ବସ । ଏଥିରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବୀଣାପାଣି ନାମକ ବସ ଭୁବନେଶ୍ୱରରୁ ହୁଡହୁଡି ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ବିଶ୍ରାମଗାର ଉପରେ ବସଟି ଚଢିଯିବା ଫଳରେ ବସର ସମ୍ମୁଖ ଭାଗ ସମ୍ପୁଣ୍ଣ ଭାଙ୍ଗିଯାଇଛି । ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।









