25.1 C
Bhubaneswar
Saturday, February 14, 2026
Homeଓଡିଶାସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍...

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଆରମ୍ଭ

ଭୁବନେଶ୍ୱର : ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଯେତିକି ଜରୁରୀ ନୁହେଁ ବରଂ ଶରୀର ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ। ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ମଙ୍ଗଳବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ପ୍ରଧାନ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଥିଲେ।

୪ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ରାନ୍ଧଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତୀୟ ଖାଦ୍ୟ ଯେପରିକି କବାବ ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ଓ ଚାଇନିଜ, ବିଭିନ୍ନ ପ୍ରକାରର ମକ୍‌ଟେଲ୍ ଓ ବେକରୀ ଜାତୀୟ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।
ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking