25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଚୀନ୍‌ର ସ୍ଥିତି ସଂଗୀନ; ବେଜିଂ ବଜାରରେ ଅଶାନ୍ତିର ମାହୋଲ

ଚୀନ୍‌ର ସ୍ଥିତି ସଂଗୀନ; ବେଜିଂ ବଜାରରେ ଅଶାନ୍ତିର ମାହୋଲ

ନୂଆଦିଲ୍ଲୀ: ଚୀନ୍ ଯେଉଁ ପରିସ୍ଥିତିକୁ ଡରୁଥିଲା, ଶେଷରେ ସେମିତି କିଛି ଘଟଣା ସାମ୍ନାକୁ ଆସିଛି। ବିଶ୍ୱର ସର୍ବବୃହତ କାର୍ ବଜାରରେ ବର୍ଦ୍ଧିତ ମୂଲ୍ୟ ଯୁଦ୍ଧ ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିଛି। ସୋମବାର ଦିନ ଚୀନ୍‌ର ସର୍ବବୃହତ ବୈଦ୍ୟୁତିକ ଯାନବାହାନ କମ୍ପାନୀ ବିଓ୍ବାଇଡି ଏକ ବଡ଼ ମୂଲ୍ୟ ହ୍ରାସ ଘୋଷଣା କରିବା ପରେ ଚୀନ୍‌ର ସର୍ବବୃହତ କାର୍ ନିର୍ମାତାଙ୍କ ସେୟାର ଦ୍ରୁତଗତିରେ ହ୍ରାସ ପାଇଛି। ବିଓ୍ବାଇଡିର ଏହି ପଦକ୍ଷେପ ପରେ, ଅନ୍ୟ କାର୍ କମ୍ପାନୀଗୁଡ଼ିକ ଖୋଲାଖୋଲି ଭାବରେ ‘ପ୍ରାଇସ୍‌ଓ୍ବାର୍‌’ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ଏବେ ବିଓ୍ବାଇଡିର ସବୁଠାରୁ ଶସ୍ତା ମଡେଲ୍ ସିଗଲ୍‌ ହ୍ୟେଚବ୍ୟାକ୍‌ର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୦,୦୦୦ ଡଲାରରୁ ହ୍ରାସପାଇ ୭,୭୬୫ ଡଲାର ପାଖାପାଖି ପହଞ୍ଚିଛି। ଚୀନ୍ ଶିଳ୍ପ ବିଶେଷଜ୍ଞମାନଙ୍କର ବିଶ୍ୱାସ ରହିଛି ଯେ, ବିଓ୍ବାଇଡି ଦ୍ୱାରା ମୂଲ୍ୟ ହ୍ରାସ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରେ, କାରଣ ଏହି କମ୍ପାନୀଗୁଡ଼ିକ ମୂଲ୍ୟ ହ୍ରାସ ଯୋଗୁଁ ବର୍ଦ୍ଧିତ କ୍ଷତି ସହି ପାରିବେ ନାହିଁ।

ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍‌ର ଅଟୋ କ୍ଷେତ୍ରର ଅସ୍ଥିରତା ଆଗାମୀ ଏକ ଭୟଙ୍କର ପରିସ୍ଥିତିକୁ ସୂଚିତ କରୁଛି। ଏହି ପ୍ରକାରର ପ୍ରାଇସ୍‌ ଓ୍ବାର ନେଟା ଏବଂ ପୋଲଷ୍ଟାର ଭଳି ଷ୍ଟାର୍ଟଅପ୍ ଉପରେ ଚାପ ପକାଇବ, ଯାହା ଦୁର୍ବଳ ହୋଇପାରେ। ଶୁକ୍ରବାର ଦିନ, ଗ୍ରେଟ୍ ୱାଲ୍ ମୋଟର୍ସର ସଭାପତି ୱେଇ ଜିଆନଜୁନ୍ ଏକ ସାକ୍ଷାତକାର ସମୟରେ ଚେତାବନୀ ଦେଇଥିଲେ ଯେ ଚୀନ୍‌ର ଅଟୋ କ୍ଷେତ୍ରର ଅବସ୍ଥା ଖରାପ। ପ୍ରାଇସ୍‌ ଓ୍ବାର୍‌ ଯୋଗୁଁ କମ୍ପାନୀଗୁଡ଼ିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଅଟୋ ଶିଳ୍ପରେ ଉତ୍ତେଜନାର ଆଉ ଏକ କାରଣ ମଧ୍ୟ ରହିଛି। ବର୍ତ୍ତମାନ, ରଏଟର୍ସ ରିପୋର୍ଟ କରିଛି ଯେ ଚୀନ୍ ବାଣିଜ୍ୟ ନିୟାମକ ଶିଳ୍ପରେ ଚାଲିଥିବା ଏକ ଠକେଇର ତଦନ୍ତ କରୁଛନ୍ତି। ପ୍ରକୃତରେ, ଅଟୋ ନିର୍ମାତା ଏବଂ ଡିଲରମାନେ ଲକ୍ଷ୍ୟ ପୂରଣ କରିବା ପାଇଁ ଜାଲିଆତି ଭାବରେ ବିକ୍ରୟ ରେକର୍ଡରେ ନୂଆ କାର ପଞ୍ଜିକରଣ କରୁଛନ୍ତି। ଉଦାହରଣ ସ୍ୱରୂପ, ଅନେକ ଡିଲର ଲକ୍ଷ୍ୟ ପୂରଣ କରିବା ପାଇଁ ପୂର୍ବରୁ ନୂଅ କାର ପଞ୍ଜିକରଣ କରନ୍ତି, ତା’ପରେ ସେହି ବ୍ୟବହୃତ କାରଗୁଡ଼ିକୁ ଗ୍ରାହକମାନଙ୍କୁ ରିହାତି ସହିତ ବିକ୍ରି କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking