17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶକେବଳ ଭିନ୍ନ ବିଚାରଧାରା, କାହାକୁ ଜେଲରେ ରଖିବାକୁ ଯଥେଷ୍ଟ ନୁହେଁ: ସୁପ୍ରିମ୍‌କୋର୍ଟ

କେବଳ ଭିନ୍ନ ବିଚାରଧାରା, କାହାକୁ ଜେଲରେ ରଖିବାକୁ ଯଥେଷ୍ଟ ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ପୂର୍ବତନ ମହାସଚିବ ଅବଦୁଲ ସାଥାରଙ୍କୁ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ୨୦୨୨ରେ କେରଳର ପାଲାକ୍କାଡ଼ରେ ଶ୍ରୀନିବାସନ ନାମକ ଜଣେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌)ର କର୍ମୀଙ୍କୁ ହତ୍ୟା ଷଡଯନ୍ତ୍ର କରିବା ଭଳି ସଂଗୀନ ଅଭିଯୋଗ ରହିଛି। ଯଦିଓ ସେ ହତ୍ୟା ମାମଲାରେ ସିଧାସଳଖ ଜଡ଼ିତ ନାହାନ୍ତି, ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) କହିଛି ଯେ ଅବଦୁଲ୍ଲ ସାଥାର ପିଏଫ୍‌ଆଇର ମହାସଚିବ ଭାବେ କାଡର ନିଯୁକ୍ତି ଏବଂ ଅସ୍ତ୍ର ତାଲିମ ପାଇଁ ପଦକ୍ଷେପ ନେଇଥିଲେ। ପୂର୍ବରୁ ସାଥାର ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ସୁତରାଂ ସେ ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ ଉଜ୍ଜଳ ଭୁୟାଁଙ୍କ ଖଣ୍ଡପୀଠ ସାଥାରଙ୍କୁ ଜାମିନ ମଞ୍ଜୁର କରିବାକୁ ନିଷ୍ପତ୍ତି ନେଇଛନ୍ତି। “କାହାର ଭିନ୍ନ ବିଚାରଧାରା ବା ଆଦର୍ଶ ପାଇଁ କାହାକୁ ଜେଲରେ ରଖିହେବ ନାହିଁ ବୋଲି ଜଷ୍ଟିସ୍ ଓକା କହିଛନ୍ତି। ଏହା ଏକ ପ୍ରବୃତ୍ତି, କାରଣ ସେମାନେ ଏକ ନିର୍ଦ୍ଦିଷ୍ଟ ଆଦର୍ଶକୁ ଗ୍ରହଣ କରିଛନ୍ତି। ତେବେ ଏଭଳି ଘଟଣାରେ ଦୃଷ୍ଟିକୋଣଜନିତ ସମସ୍ୟା ମୁଖ୍ୟତଃ ଦାୟୀ। ଏଥିରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଦୃଷ୍ଟିକୋଣ ହେଉଛି, କୌଣସି ବ୍ୟକ୍ତିର ସାମାନ୍ୟ ମତଭେଦ ରହିଲେ ଆମେ ସେହି ବ୍ୟକ୍ତିଙ୍କୁ ଜେଲରେ ପୂରାଇବୁ।

ଶ୍ରୀନିବାସନଙ୍କୁ ୨୦୨୨ ଏପ୍ରିଲ ୧୬ରେ ପାଲାକ୍କାଡ଼ରେ ହତ୍ୟା କରାଯାଇଥିଲା, ଯାହା ପିଏଫଆଇର କାଡରଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହା ପିଏଫଆଇ ଦ୍ୱାରା ଯୋଜନା କରାଯାଇଥିବା ଏକ ଶୃଙ୍ଖଳା ବିକ୍ଷୋଭ ସହ ଜଡ଼ିତ ଥିଲା। ଏହି ମାମଲାରେ ଅଭିଯୁକ୍ତ ୪୪ ଜଣଙ୍କ ମଧ୍ୟରୁ, ୯ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଗତ ବର୍ଷ ଜୁନରେ ଜାମିନ ପାଇଥିଲେ। ସାଥାର ଥିଲେ ସେହି ୯ ଜଣଙ୍କ ମଧ୍ୟରୁ ଜଣେ ଯିଏ ଜାମିନ ପାଇନଥିଲେ। କେରଳ ହାଇକୋର୍ଟ କହିଥିଲେ ଯେ ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ସତ୍ୟ। କିନ୍ତୁ ଏବେ ସୁପ୍ରିମକୋର୍ଟ ସାଥାର୍‌ଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking