25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସଫଳ ହେଲାନି ଇଓଏସ-୦୯ ସାଟେଲାଇଟ ଉତକ୍ଷେପଣ

ସଫଳ ହେଲାନି ଇଓଏସ-୦୯ ସାଟେଲାଇଟ ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ଵାରା ରବିବାର ସକାଳୁ ଆରମ୍ଭ ହୋଇଥିବା ସାଟେଲାଇଟ ଉତକ୍ଷେପଣ ମିଶନ ସଫଳ ହୋଇପାରି ନାହିଁ। ଇସ୍ରୋର ୧୦୧ତମ ମିଶନରେ ପିଏସଏଲଭି-ସି୬୧ ଯାନ ଦ୍ଵାରା ଇଓଏସ-୦୯ ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବାର ଥିଲା। ଏଥିପାଇଁ ରବିବାର ସକାଳ ୫ଟା ୫୯ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ସାଟେଲାଇଟ୍‌ ଉତକ୍ଷେପଣ ହୋଇଥିଲା। ମାତ୍ର ତାହା ସଫଳ ହୋଇପାରିଲା ନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ଲଞ୍ଚ ଭେହିକଲଟି ୨ୟ ସୋପାନ ପର୍ଯ୍ୟନ୍ତ ଠିକ୍ ଭାବେ କାର୍ଯ୍ୟ କରିଥିଲା।

ମାତ୍ର ୩ୟ ସୋପାନରେ ବାଧା ଉପୁଜିଥିଲା। ଯେଉଁଥିପାଇଁ ମିଶନ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। କେଉଁଠି ତ୍ରୁଟି ରହିଲା ତାହା ନିରୀକ୍ଷଣ କରାଯିବା ପରେ ପୁନର୍ବାର ପ୍ରୟାସ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ଏହି ଉପଗ୍ରହ ଘନ ବାଦଲ ଏବଂ ରାତି ସମୟରେ ନିରୀକ୍ଷଣ କାର୍ଯ୍ୟ ସଫଳତାର ସହ କରିପାରିବ। ଏହା ଭାରତର ଉପଗ୍ରହ ଆଧାରିତ ନିରୀକ୍ଷଣ କ୍ଷମତାକୁ ଆହୁରି ମଜବୁତ କରିବ। ୧ ହଜାର ୬୯୬ କିଲୋଗ୍ରାମ ଓଜନର ଇଓଏସ – ୯ ରାଡାର ଇମେଜିଙ୍ଗ୍ ଉପଗ୍ରହ ପୃଥିବୀ ପୃଷ୍ଠରୁ ୫୦୦ କିଲୋମିଟର ଉପରେ ଅବସ୍ଥାପିତ ହେବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଗୁପ୍ତଚର ଉପଗ୍ରହ ବେଙ୍ଗାଲୁରୁରେ ଥିବା ଇସ୍ରୋର ୟୁଆର ରାଓ ଉପଗ୍ରହ କେନ୍ଦ୍ର ଦ୍ୱାରା ଡିଜାଇନ୍ କରାଯାଇଛି। ଏଥିରେ ଏକ ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପେର୍‌ଚର ରାଡାର୍ ସଂଲଗ୍ନ କରାଯାଇଛି, ଯାହା ସମସ୍ତ ପାଣିପାଗ ସ୍ଥିତିରେ ଏବଂ କମ୍ ଆଲୋକରେ ମଧ୍ୟ ପୃଥିବୀ ପୃଷ୍ଠର ଉଚ୍ଚ-ରିଜୋଲ୍ୟୁସନ୍ ଫଟୋ ଉଠାଇବାକୁ ସକ୍ଷମ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking