19.1 C
Bhubaneswar
Friday, December 19, 2025
Homeଓଡିଶାକୁଚିଣ୍ଡା ନିର୍ବାଚନମଣ୍ଡଳୀରେ ୧୦୫ କୋଟି ବିନିମୟରେ ୭୧ ଗୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ୧୦୫ କୋଟି ବିନିମୟରେ ୭୧ ଗୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ ସରକାରର ଏକ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟ, କୁଚିଣ୍ଡାର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ମନ୍ତ୍ରିମୁଣ୍ଡା ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହାବ୍ୟତୀତ ପ୍ରାୟ ୧୦୫ କୋଟି ଟଙ୍କା ବିନିମୟରେ ୭୧ ଗୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ କୁଚିଣ୍ଡାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଲୋକମାନଙ୍କର ଅପେକ୍ଷା ରହିଥିଲା, ଯେଉଁ ଜନ ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରଣ କରିଛନ୍ତି । ଚଳିତ ଶିକ୍ଷା ବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ଏହି ଅସ୍ଥାୟୀ କ୍ୟାମ୍ପସରେ ଶିଶୁବାଟିକା ଆରମ୍ଭ କରାଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ଏବଂ ଆଗକୁ ଏହି ସଂଖ୍ୟା ୧୨୦୦କୁ ବଢାଇବା ପାଇଁ ଯୋଜନା କରାଯିବ। ସେହିପରି ଆଜି କୁଚିଣ୍ଡା ନିର୍ବାଚମଣ୍ଡଳୀର ୩୩.୬୮ କୋଟି ଟଙ୍କା ବିନିମୟରେ ୨୩ ଗୋଟି ପ୍ରକଳ୍ପର ଉଦଘାଟନ ଓ ୭୧.୨୪ କୋଟି ଟଙ୍କା ବିନିମୟରେ ୪୮ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି । ମୋଟ ପ୍ରାୟ ୧୩୫ କୋଟି ଟଙ୍କା ବିନିମୟର ଏହି ପ୍ରକଳ୍ପ ଆଗାମୀ ଦିନରେ କୁଚିଣ୍ଡାକୁ ନୂଆ ପରିଚୟ ଦେବ।

ସେ ଆହୁରି କହିଛନ୍ତି ଯେ କୁଚିଣ୍ଡାରେ ଶିକ୍ଷା ଏକ ସାମାଜିକ ବିଷୟ । ଏହି ଅଞ୍ଚଳରେ ଶିକ୍ଷାକୁ ଗତି ଦେବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ସମ୍ବଲପୁରରେ ତିନୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଏହି ଅଞ୍ଚଳରେ ୬ଟି ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରିବା ପାଇଁ ମଞ୍ଜୁର ହୋଇଛି । ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନାର କଳ୍ପନା କରାଯାଇଛି । ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସବୁ ହାଇସ୍କୁଲକୁ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା ହେଉଛି । ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍କୁଲରେ ପିଲାମାନଙ୍କ ଏଆଇ ଆଧାରିତ ଶିକ୍ଷା ପ୍ରଦାନ କରାଯିବାର ଯୋଜନା ହୋଇଛି । କୁଚିଣ୍ଡାରେ ପ୍ରତିଷ୍ଠା ହେଉଥିବା ନୂଆ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ରୋଜଗାର କରିବା ପାଇଁ ନୁହେଁ ବରଂ ରୋଜଗାରଦାତା ହେବା ପାଇଁ ପ୍ରୋତ୍ସାହିତ କରିବ । ଦାରିଦ୍ର୍ୟ ମୂଳୋତ୍ପାଟନ ହେବାର ଏକ ମାଧ୍ୟମ ହେଉଛି ଶିକ୍ଷା । ଭଲ ପାଠ ପଢିଲେ ସମାଜରେ ଦାରିଦ୍ର୍ୟ ହ୍ରାସ ହେବ । ଶିକ୍ଷା ସମେତ କୁଚିଣ୍ଡାର ମୌଳିକ ସେବା, କୃଷି, ସ୍ୱାସ୍ଥ୍ୟସେବା, ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ଆମ ସରକାର ବଦ୍ଧ ପରିକର ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ସମେତ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବା ଆମର ଲକ୍ଷ୍ୟ ରହିଛି । ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକର ଦଳିତ ଏବଂ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ମଣ୍ଡଳ କମିଶନ ପଛୁଆ ବର୍ଗଙ୍କ ବିକାଶ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଥିଲେ । ଏହି ମର୍ମରେ ଡବଲ ଇଞ୍ଜିନ ସରକାର ନିକଟରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛି, ଯାହାକୁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଛି । ସାମାଜିକ ନ୍ୟାୟ ସେବେ ହେବ ଯେତେବେଳେ ବଞ୍ଚିତ ବର୍ଗର ପିଲାମାନଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking