25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବିଷାକ୍ତ ମଦ ପିଇ ୧୪ ମୃତ

ବିଷାକ୍ତ ମଦ ପିଇ ୧୪ ମୃତ

ପଞ୍ଜାବ: ବିଷାକ୍ତ ମଦ ପିଇ ଚାଲିଗଲା ୧୪ ଜଣଙ୍କ ଜୀବନ । ଏଭଳି ଘଟଣା ଅମୃତସର ଜିଲ୍ଲା ମଜିଥା ବ୍ଲକରେ ଘଟିଛି । ବିଷାକ୍ତ ମଦ ପିଇ ୧୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ଡେପୁଟି କମିଶନର ସାକ୍ଷୀ ସାହୱାନି ନିଜେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ପ୍ରକାଶ କରିଥିଲେ ଯେ ଏହି ଦୁର୍ଘଟଣାରେ 5ଟି ଗାଁର ଲୋକମାନେ ପ୍ରଭାବିତ ହୋଇଛନ୍ତି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ଏହି ମାମଲାରେ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁଥିରେ ଜଣେ ମହିଳା ମଧ୍ୟ ଅଛନ୍ତି। ନକଲି ମଦ ଯୋଗାଣ ନେଟୱାର୍କର ମାଷ୍ଟରମାଇଣ୍ଡ ଭାବରେ ଚିହ୍ନଟ କରାଯାଇଛି। ଅମୃତସରର ମାଜିଥାରେ ଏକ ନକଲି ମଦ ରାକେଟ ବିରୋଧରେ ପଞ୍ଜାବ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking