32.1 C
Bhubaneswar
Saturday, February 14, 2026
Homeଓଡିଶାମାଆ ହେଉଛି ଜୀବନର ଏକମାତ୍ର ଅଦ୍ୱିତୀୟ ଚରିତ୍ର

ମାଆ ହେଉଛି ଜୀବନର ଏକମାତ୍ର ଅଦ୍ୱିତୀୟ ଚରିତ୍ର

ଭୁବନେଶ୍ୱର: ମାଆ ହେଉଛି ଜୀବନର ଏକମାତ୍ର ଅଦ୍ୱିତୀୟ ଚରିତ୍ର। ଯିଏ ବିନା ସ୍ୱାର୍ଥରେ ନିଜ ପିଲାମାନଙ୍କ ପାଇଁ ସବୁକିଛି ଉତ୍ସର୍ଗ କରିବାର ସାହସ ରଖିଥାଏ । ଯାହାର ଅସ୍ତିତ୍ୱ ବିନା ବିଶ୍ୱକୁ ପରିକଳ୍ପନା କରଯାଇ ପାରେନା। ଯାହାର ହସରେ ଫୁଟିପଡେ ମଉଳି ଯାଇଥିବା ଫୁଲ। ଯିଏ ନିଜେ ଭୋକରେ ରହିବି ନିଜ ଛୁଆଙ୍କୁ ଅପୁରା ରହିବାକୁ ଦିଏନି। ଯାହାର ପ୍ରତିଟି ଚିନ୍ତାରେ ଥାଏ ନିଜ ପିଲାଙ୍କ କୁଶଳର ଚିନ୍ତା। ସେ ହେଉଛି ମାଆ। ସବୁ ତ୍ୟାଗ , ସମର୍ପଣ ଓ ବଳିଦାନ ପରେ ମଧ୍ୟ ପ୍ରତିବଦଳରେ ନିଜ ସମନ୍ତା ଠାରୁ କିଛି ଚାହେଁନି ସିଏ। ପିଲାର ମାଆ ଡାକରେ ମଆର ଭୋକିଲା ପେଟ ପୁରି ଉଠେ। ସେହି ନିଶ୍ୱାର୍ଥ, କୋମଳ, ମା’ ରୁପି ଦେବୀଙ୍କ ପାଇଁ ଦିନଟିଏ । ଆଜି ମାଆଙ୍କ ପାଇଁ ଦିନଟିଏ ।ପୃଥିବୀର ସବୁଠୁ ମଧୁର ଶଦ୍ଦ ହେଉଛି ମା’। ମାର ପଣତକାନି ସନ୍ତାନ ପାଇଁ ସବୁଠୁ ନିରାପଦ ସ୍ଥାନ। ମା’ର ଋଣ ସୁଝିବା କାହା ପାଖାରେ ବି ସମ୍ଭବ ନୁହେଁ । ମା’ ହେଉଛି ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ । ସନ୍ତାନର ଦୁଃଖରେ ସେ ଦୁଃଖି ହୁଏ ଆଉ ତା ସନ୍ତାନ ମୁହଁରେ ଟିକେ ହସ ଦେଖିଦେଲେ ତା ମନ ବି ଖୁସି ହୋଇଯାଏ ।

ମା’ ଶବ୍ଦରେ ଯେମିତି ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । କେବଳ ଶବ୍ଦ ନୁହେଁ ମା’ ଅସୀମ ବଳ ଓ ଧର୍ଯ୍ୟର ପ୍ରତୀକ। ମା’ର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଦୁନିଆରେ ସବୁ ଜିନିଷ ଫିକା ପଡ଼ିଯାଏ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ । ମା’ର ପ୍ରାର୍ଥନାରେ ଏତେ ଶକ୍ତି ଥାଏ ଯେ ତା ସନ୍ତାନ ନିକଟକୁ ମୃତ୍ୟୁ ବି ଆସିବାକୁ ଭୟ କରେ। ପାଖରେ ମା’ ଥିଲେ ସଂସାରରେ ସବୁକିଛି ମିଳିଗଲା ପରି ଲାଗେ। ସନ୍ତାନ ଯେତେ ବଡ଼ ହେଇଯାଉନା କାହିଁକି ମା ପାଇଁ ସେ ସବୁବେଳେ ଛୋଟ ଛୁଆ ହିଁ ରୁହେ। ପୁଅ ଯେତେ ଦୁଷ୍ଟ ଖଳ ପ୍ରକୃତିର ହେଉନା କାହିଁକି ମା ପାଇଁ ସେ କଳାକହ୍ନେଇ। ତା ପଣତ ଯେମିତି ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ। ସେଥିପାଇଁ ତ ଭଗବାନ ବି ମା’ର ତ୍ୟାଗ ଓ ତପସ୍ୟା ଆଗରେ ନତମସ୍ତକ ହୋଇଯାଆନ୍ତି। ଆଜି ସେହି ମା ପାଇଁ ଦିନ ଟିଏ ମା’ ଦିବସ ବା ମାତୃତ୍ୱ ଦିବସ। ଏମିତିରେ ମା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ । କାହିଁକିନା ସବୁଦିନ ତ ମାତୃତ୍ୱ ଦିବସ ଦିନ ତା ପାଇଁ ପୁଣି କଣ ଖାସ୍ ଦିନ ହେବ ଯେ ? କିନ୍ତୁ ଆଜିର ସମାଜରେ ମା’ ପାଇଁ ଗୋଟିଏ ଦିନକୁ ବଛାଯାଇଛି । ମା’ର ତ୍ୟାଗକୁ ବନ୍ଦନ କରିବା ପାଇଁ ଏଭଳି ଏକ ଦିନକୁ ବିଶ୍ୱ ବ୍ୟାପି ପାଳନ କରାଯାଉଛି। ପ୍ରତି ବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃତ୍ୱ ଦିବସ ଭାବେ ପାଳନ କରାଯାଏ । ପ୍ରଥମେ ଆମେରିକାରେ ମା’ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନଟି ଆରମ୍ଭ ହୋଇଥିଲା । କିନ୍ତୁ ମା’ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ଏବେ ପାଳିତ ହେଉଛି ମାତୃତ୍ୱ ଦିବସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking