26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶ‘ଅପରେସନ୍ ସିନ୍ଦୁର’ର ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

‘ଅପରେସନ୍ ସିନ୍ଦୁର’ର ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:  ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପ୍ରାନ୍ତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌କୁ ଅପରେସନ୍ ସିନ୍ଦୁରର ନାମ ଦିଆଯାଇଛି । ଏହାକୁ ନେଇ ଦେଶବାସୀ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ସେନା ଅପରେସନ୍‌ର ଏପ୍ରକାର ନାମକରଣ କ’ଣ ପାଇଁ ହୋଇପାରେ । କିଏ ଏହି ଅପରେସନ୍‌ର ନାମକରଣ କରିଛନ୍ତି? ଏସବୁ ପ୍ରଶ୍ନ ମଧ୍ୟରେ ସରକାରୀସ୍ତରରେ ଏକ ବଡ଼ ସୂଚନା ଦିଆଯାଇଛି । ସୂଚନାନୁସାରେ ସେନାର ଏପ୍ରକାର ସାମରିକ ଅପରେସନ୍‌କୁ ଅପରେସନ୍ ସିନ୍ଦୁର’ ଭାବେ ନାମକରଣ କରାଯିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଅଛନ୍ତି । ମୋଦୀ ଏହାର ନାମକରଣ ଏପରି କରିଛନ୍ତି ।

ହିନ୍ଦୁ ମହିଳମାନେ ନିଜ ସ୍ୱାମୀଙ୍କ ଶୁଭ ମନାସିବା ଉଦ୍ଦେଶ୍ୟରେ ନିଜ ମଥାରେ ସିନ୍ଦୁର ପିନ୍ଧିଥାନ୍ତି । ଏହା ବିବାହର ଆଉ ଏକ ଶୁଭ ପ୍ରତୀକ ଭାବେ ମଧ୍ୟ ବିବେଚନା କରାଯାଇଥାଏ । ତେବେ ଜମ୍ମୁ କାଶ୍ମୀରର ପହଲଗାମ୍ ଜିଲ୍ଲା ବୈସାରନ୍ ଘାଟିରେ ୨୭ ନୀରିହ ପୁରୁଷଲୋକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ସମୟରେ ସେମାନଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଛାଡିଦେଇଥିଲେ । ଏହାର କାରଣ ଥିଲା ସେମାନେ ଆସି ଏଠାରେ ସେମାନଙ୍କ ସ୍ୱାମୀମାନଙ୍କୁ କିପରି ଆତଙ୍କବାଦୀମାନେ ନିଷ୍ଠୁର ଭାବେ ହତ୍ୟା କରିଥିଲେ ସେସମ୍ପର୍କରେ କହିବେ । ଏହା ଭାରତ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥିଲା । ନିଜ ଦେଶର ମହିଳାଙ୍କୁ ନ୍ୟାୟ ଦେବା ପାଇଁ ବଦ୍ଧ ପରିକର ଥିବା ପ୍ରଧାନମନ୍ତ୍ରୀ ମୋଦୀ ପହଲଗାମ ଘଟଣାରେ ଭାରତର ପ୍ରତିଆକ୍ରମଣକୁ ‘ଅପରେସନ ସିନ୍ଦୂର’ ନାମ ଦେଇଥିଲେ ।

ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ମୃତଦେହ ପାଖରେ ନବବିବାହିତା ମହିଳା ହିମାଂଶୀ ନରୱାଲଙ୍କ ବିବାହ ଚୁଡ଼ି ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ସମଗ୍ର ଦେଶକୁ ଶୋକରେ ବୁଡ଼ାଇ ଦେଇଥିଲା । ଅନ୍ୟ ଏକ ଫଟୋରେ ମଞ୍ଜୁନାଥ ରାଓଙ୍କ ପତ୍ନୀ ପଲ୍ଲବୀଙ୍କୁ ଅତ୍ୟନ୍ତ ଅସହାୟ ଭାବେ ବୈସାରନ୍ ଘାଟିରେ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଥିଲା । ସେ ମଧ୍ୟ ନିଜ ସ୍ୱାମୀଙ୍କୁ ହରାଇଥିଲେ । ସେହିପରି ଶୈଳେଶ କଳାଥିଆଙ୍କ ପତ୍ନୀ ଶୀତଲଙ୍କଠାରୁ ଆରମ୍ଭ କରି ବିତନ ଅଧିକାରୀଙ୍କ ପତ୍ନୀ ସୋହିନୀ, ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶ୍ନ୍ୟା ସନ୍ତୋଷ ଜଗଦଲେଙ୍କ ପତ୍ନୀ ପ୍ରଗତି ଜଗଦଲେଙ୍କ ପର୍ଯ୍ୟନ୍ତ, ଆକ୍ରମଣରେ ନିଜ ସାଥୀକୁ ହରାଇଥିବା ପ୍ରତ୍ୟେକ ମହିଳାଙ୍କ ଲୁହ ଏବଂ ମୁଣ୍ଡର ସିନ୍ଦୁର ପୋଛି ହୋଇଯିବାର ବେଦନାକୁ ସମଗ୍ର ଦେସବାସୀ ଅନୁଭବ କରିଥିଲେ ।

ଏବେ ଯେତେବେଳେ ମୋଦୀ ଏହି ସାମରିକ ଆକ୍ରମଣକୁ ଅପରେସନ୍ ସିନ୍ଦୁର ନାମ ଦେଇଛନ୍ତି ସେତେବେଳେ ଉକ୍ତ ଆତଙ୍କବାଦୀ ଘଟଣାରେ ନିଜ ସ୍ୱାମୀଙ୍କୁ ହରାଇଥିବା ବିଧବା ମହିଳାମାନେ କହିଛନ୍ତି ଯେ, ଅପରେସନ୍ ସିନ୍ଦୁର ସେମାନଙ୍କ ମୃତ ସ୍ୱାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ମୋଦୀ ଏବଂ ତାଙ୍କ ସରକାର ସେମାନଙ୍କୁ ବାସ୍ତବରେ ନ୍ୟାୟ ପ୍ରଦାନ କରିଛନ୍ତି । ମୋଦୀଙ୍କ ଠାରୁ ସେମାନେ ଏହିପ୍ରକାର କିଛି ଆଶା କରୁଥିଲେ । ଏବେ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking