25.1 C
Bhubaneswar
Tuesday, May 5, 2026
Homeଓଡିଶାରାଜ୍ୟକୁ ପୁଣି ଫେରିଲା ତାତି

ରାଜ୍ୟକୁ ପୁଣି ଫେରିଲା ତାତି

ଭୁବନେଶ୍ୱର: କାଳବୈଶାଖୀ ଯୋଗୁ ରାଜ୍ୟରେ କିଛି ଦିନ ତାତି କମ୍ ରହିଥିଲା। ତେବେ ଏବେ ପୁଣି ରାଜ୍ୟକୁ ଧୀରେ ଧୀରେ ତାତି ଫେରିଛି । ଗତ ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୨ରୁ ୩ ଡିଗ୍ରି ବଢ଼ିଛି । ଗୁରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ‌ପୂର୍ବାନୁମାନ କରାଯାଇଛି। ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରି ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମେ’ ୧୨ ସୋମବାର ତାରିଖ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝାଞ୍ଜି ବହିବାର ସମ୍ଭବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଗରମ ଏବଂ ଆର୍ଦ୍ର ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking