ନୂଆଦିଲ୍ଲୀ: ଆଜି ସକାଳୁ ଭାରତରେ ପଡିଛି ମିସାଇଲ । ବିଭିନ୍ନ ଗାଁରେ ପଡିଛି ମିସାଇଲ । ମିସାଇଲଟି ଜେଠୱାଲ, ମଜିଥା ଗାଁରେ ଖସିଛି । ଭାରତ-ପାକିସ୍ତାନ ସୀମା ଅମୃତସର ନିକଟର ମାଟିରେ ପଡିଲା ପାକିସ୍ତାନ ମିଶାଇଲ୍। ସ୍ଥାନୀୟ ପ୍ରଶାସନ ଏହାକୁ ଉଦ୍ଧାର କରି ଅନୁଧ୍ୟାନ କରିବେ ଯେ ମିସାଇଲଟି କେଉଁଠୁ ଆସିଛି । ଏପଟେ ଭାରତର ଅପରେସନରେ ସିନ୍ଦୁର ପଲେ ଥରହର ହୋଇଛି ପାକିସ୍ତାନ । ପିଓକେରେ ‘ଅପରେସନ୍ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ ଏଲ୍ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ଅଞ୍ଚଳକୁ ଟାର୍ଗେଟ୍ କରି ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି। ପାକିସ୍ତାନର ଗୁଳିଗୋଳା ମାଡ଼ରେ ପୁଞ୍ଚ ଏବଂ ତଙ୍ଗଧର ଅଞ୍ଚଳରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି।
ପାକିସ୍ତାନ ଉପରେ ଭାରତର ସରପ୍ରାଇଜ୍ ଆକ୍ରମଣ ପରେ ବିଳିବିଳାଉଛି ପାକ୍ । ଲଗାତାର LOCରେ କରିଚାଲିଛି ଗୁଳି ବର୍ଷା । ସାଧାରଣ ନିରୀହ ଲୋକଙ୍କୁ କରିଛି ଟାର୍ଗେଟ୍,ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଂଘନ । ଗୁଳି ମାଡ଼ର କଡ଼ା ଜବାବ୍ ମଧ୍ୟ ଦେଉଛି ଭାରତୀୟ ସେନା । ଭାରତ ପାକିସ୍ତାନର କେବଳ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରିଥିଲା କିନ୍ତୁ ବିଳିବିଳାଥିବା ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ନିରୀହ ଲୋକମାନଙ୍କୁ କରିଛି ଟାର୍ଗେଟ୍ । ଗୁଳି ବର୍ଷା ପରେ ଉରୀରେ ଲୋକମାନେ ଭୟଭୀତ ଅବସ୍ତାରେ ଅଛନ୍ତି । କୁପୱାଡ଼ା ,ରାଜୌରୀ,ପୁଞ୍ଚରେ ପାକ୍ର ଗୁଳମାଡ଼ ଜାରି ରହିଛି । ଏହି ସବୁ ସ୍ଥାନରୁ ଲୋକମାନେ ଆହତ ହୋଇଥିବା ସୂଚନା ମଧ୍ୟ ଆସୁଛି ।ପାକିସ୍ତାନ ସେନାଙ୍କ ଆକ୍ସନକୁ ଦେଖି ପଞ୍ଜାବରେ ହାଇ ଆଲର୍ଟ ଜାରି । ଛୋଟ ପିଲାଙ୍କ ସୁରକ୍ଷା ନେଇ ସ୍କୁଲ୍ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ସାଧାରଣ ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଛି ।









