32.1 C
Bhubaneswar
Tuesday, April 28, 2026
Homeଓଡିଶାକଟକ ରିଙ୍ଗରୋଡ଼ ଅଘଟଣ: ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ଗଠିତ ହେଲା ୩ ଜଣିଆ ବୈଷୟିକ କମିଟି

କଟକ ରିଙ୍ଗରୋଡ଼ ଅଘଟଣ: ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ଗଠିତ ହେଲା ୩ ଜଣିଆ ବୈଷୟିକ କମିଟି

ଭୁବନେଶ୍ୱର:  କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣା ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ଏକ ୩ ଜଣିଆ ବୈଷୟିକ କମିଟି ଗଠନ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି I ଏହି କମିଟିରେ ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ରୋଡସ୍‌-୨ର ମୁଖ୍ୟ ଯନ୍ତ୍ରୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ସଦସ୍ୟ ରହିଛନ୍ତି । କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥୁବା ବେଳେ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଗଠିତ ବୈଷୟିକ କମିଟି ସବୁ ଦିଗକୁ ଅନୁଧ୍ୟାନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ I ନିର୍ମାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କମିଟି ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରଦାନ କରିବ I ଯଦି ଏଥିରେ କାହାରି ସମୃକ୍ତି ଜଣାପଡେ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking