21.1 C
Bhubaneswar
Thursday, February 5, 2026
Homeଓଡିଶାଟ୍ରକ୍‌କୁ ପିଟିଲା ଟ୍ରକ୍‌, ଡ୍ରାଇଭର ମୃତ

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଡ୍ରାଇଭର ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ସରାଙ୍ଗ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକର ପଛରୁ ପିଟିଲା କାଚ ବୋତଲ ବୋଝେଇ ଆଇଚର୍ ଟ୍ରକ୍‌। ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଜଣଙ୍କ କଟକ ମାହାଙ୍ଗା ଅଞ୍ଚଳର ହୋଇଥିବା ସୂଚନା। ପିତିରି ଆଡୁ ତାଳଚେର ଆଡକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଅସାବଧାନତା କାରଣରୁ ଆଇଚର ଗାଡିଟି ଟ୍ରକ୍ ପଛରେ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ôଚ ଡ୍ରାଇଭର ମୃତଦେହକୁ ଉଦ୍ଧାର କରିଛନ୍ତି। ପ୍ରାୟ କିଛି ସମୟ ଧରି ଡ୍ରାଇଭର ଜଣଙ୍କ ଟ୍ରକ୍ ଭିତରେ ଚାପି ହୋଇ ରହିଥିଲେ। କଟର ମେସିନ ସାହାଯ୍ୟରେ କାଟି ଅଗ୍ନିଶମ କର୍ମଚାରୀମାନେ ମୃତ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛନ୍ତି। ଏ ନେଇ ପରଜଙ୍ଗ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଧ ପାଇଁ ପଠାିବା ସହ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking