35.1 C
Bhubaneswar
Sunday, May 17, 2026
Homeଖେଳକାଗିସୋ ରବାଡା କ୍ରିକେଟ୍‌ରୁ ସାମୟିକ ବାସନ୍ଦ

କାଗିସୋ ରବାଡା କ୍ରିକେଟ୍‌ରୁ ସାମୟିକ ବାସନ୍ଦ

ନୂଆଦିଲ୍ଲୀ: ଡୋପ୍ ଟେଷ୍ଟ୍‌ରେ ବିଫଳ ହେବା କାରଣରୁ ସାଉଥ୍ ଆଫ୍ରିକା ଫାଷ୍ଟ୍ ବୋଲର୍ କାଗିସୋ ରବାଡା ଏବେ ସାମୟିକ ଭାବେ କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ସାମୟିକ ନିଲମ୍ବିତ ହୋଇଛି। ସ୍ୱୟଂ ରବାଡା ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ପ୍ରଶଂସକ ଏବଂ ନିଜ ଟିମ୍ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ସାଉଥ୍ ଆଫ୍ରିକା ପାଇଁ କ୍ରିକେଟ୍ ଖେଳିବା ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି। ମୋ ଦୋଷ ପାଇଁ ମୁଁ ଲଜ୍ଜିତ। ଏବେ ମୁଁ ସାମୟିକ ବ୍ୟାନ୍ ଭୋଗୁଛି, ଖୁବ୍‌ଶୀଘ୍ର କ୍ରିକେଟ୍ ପଡ଼ିଆକୁ ଫେରିବି ବୋଲି ରବାଡା କହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଆୟୋଜିତ ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ (ଏସ୍‌ଏ୨୦) ଅବସରରେ ସେ ଆଇସିସି ଦ୍ୱାରା ପ୍ରତିବନ୍ଧିତ ଔଷଧ ସେବନ କରିଥିଲେ। ଡୋପ୍ ଟେଷ୍ଟ୍‌ରେ ପଜିଟିଭ୍ ହେବାପରେ ରବାଡା ଏପ୍ରିଲ୍ ୩ରେ ଆଇପିଏଲ୍ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଅବଶ୍ୟ ରବାଡା ଏବେ ଭାରତ ଫେରିଥିବା ସାଉଥ୍ ଆଫ୍ରିକା କ୍ରିକେଟ୍ ବିଜ୍ଞପ୍ତି ଜାରିକରି ସୂଚନା ଦେଇଛି। ମାତ୍ର ଯେତେବେଳେ ସେ ସ୍ୱଦେଶ ଫେରିଥିଲେ ସେତେବେଳେ ତାଙ୍କ ଫ୍ରାଞ୍ଚାଇଜି ଗୁଜରାଟ ଟାଇଟନ୍ସ କହିଥିଲା, ପାରିବାରିକ କାରଣରୁ ସେ ସାଉଥ୍ ଆଫ୍ରିକା ଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking