23.1 C
Bhubaneswar
Sunday, December 21, 2025
Homeଓଡିଶାଆଇପିଏଲ୍‌ରେ ଇତିହାସ ରଚିଲେ ସାଇ ସୁଦର୍ଶନ

ଆଇପିଏଲ୍‌ରେ ଇତିହାସ ରଚିଲେ ସାଇ ସୁଦର୍ଶନ

ଅହମ୍ମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍‌ରେ ଶୁକ୍ରବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜରାଟ ଟାଇଟନ୍ସ ଓପ୍ନର୍ ବ୍ୟାଟର୍ ସାଇ ସୁଦର୍ଶନଙ୍କ କମାଲ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ସୁଦର୍ଶନ ମାତ୍ର ୨୩ ବଲ୍‌ରେ ୯ ଚୌକା ସହାୟତାରେ ୪୮ ରନ୍ କରିଥିଲେ। ଏହି ଅବସରରେ ସେ କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍‌ଙ୍କ ସହ ୮୭ ରନ୍‌ର ଓପ୍ନିଂ ପାର୍ଟନରଶିପ୍ କରିଥିଲେ। ୪୮ ରନ୍‌ର ଇନିଂସ୍ ମଧ୍ୟରେ ସାଇ ସୁଦର୍ଶନ ଆଇପିଏଲ୍‌ରେ ୧୫୦୦ ରନ୍ ମଧ୍ୟ ପୂରା କରିଛନ୍ତି। ଇନିଂସ୍ ହିସାବରେ ଦେଖିବାକୁ ଗଲେ ସେ ଆଇପିଏଲ୍‌ରେ ଦ୍ରୁତ ୧୫୦୦ ରନ୍‌ରେ ପ୍ରଥମ ବ୍ୟାଟର୍ ହୋଇଛନ୍ତି। ୩୫ ଇନିଂସ୍‌ରେ ସେ ଏହି କାରନାମା କରିଛନ୍ତି।

ଏହି ମାମଲରେ ସେ ସଚିନ୍ ତେନ୍ଦୁଲକର ଓ ଋତୁରାଜ ଗାଏକ୍‌ୱାଡ୍‌ଙ୍କୁ ପଛରେ ପକାଇଛନ୍ତି। ଉଭୟ ୪୪ ଇନିଂସ୍‌ରେ ୧୫୦୦ ରନ୍ କରିଥିଲେ। ଏହି ଇନିଂସ୍ ଜରିଆରେ ସାଇ ସୁଦର୍ଶନ ଟି-୨୦ କ୍ରିକେଟ୍‌ରେ ନିଜର ୨ ହଜାର ରନ୍ ମଧ୍ୟ ପୂରା କରିଛନ୍ତି। ଏହା ସହିତ ଟି-୨୦ କ୍ରିକେଟ୍‌ରେ ଇନିଂସ୍ ହିସାବରେ ଦ୍ରୁତ ୨ ହଜାର ରନ୍‌ରେ ପ୍ରଥମ ଭାରତୀୟ ବ୍ୟାଟର୍‌ର ଆଖ୍ୟା ଅର୍ଜନ କରିଛନ୍ତି। ସେ ନିଜର ୫୪ତମ ଟି-୨୦ ଇନିଂସ୍‌ରେ ଏହି ଉପଲବ୍ଧିର ଅଧିକାରୀ ହୋଇଛନ୍ତି। ଏହି ମାମଲାରେ ସୁଦର୍ଶନ ମାଷ୍ଟର ବ୍ଲାଷ୍ଟର୍ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି। ତେନ୍ଦୁଲକର ୨ ହଜାର ରନ୍ କରିବାକୁ ପାଇଁ ୫୯ ଇନିଂସ୍‌ର ସହାୟତା ନେଇଥିଲେ। ଏହି ମାମଲରେ ସାଇ ସୁଦର୍ଶନ ଓଭର୍‌ଅଲ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୫୩ ଇନିଂସ୍‌ରେ ଦ୍ରୁତ ୨୦୦୦ ରନ୍ ମାମଲାରେ ଶନ୍ ମାର୍ଶ ଶୀର୍ଷରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking