36.9 C
Bhubaneswar
Friday, April 10, 2026
Homeଓଡିଶାଇମ୍ଫା ଖଣି ଆଗରେ ଶ୍ରମିକଙ୍କ ଧାରଣା

ଇମ୍ଫା ଖଣି ଆଗରେ ଶ୍ରମିକଙ୍କ ଧାରଣା

ଯାଜପୁର: ଯାଜପୁର ଜିଲ୍ଲାର କାଳିଆ ପାଣି ଖଣି ଅଞ୍ଚଳରେ ବାସ କରୁଥିବା ଭୂମି ପୁତ୍ର ମାନଙ୍କୁ ଇମ୍ଫା ଖଣି କାର୍ଯ୍ୟ କରିବାକୁ ନ ଦେଇ ମେସିନ ସାହାର୍ଯ୍ୟରେ ଖଣି ଉତ୍ତୋଳନ କରୁଛି l ସେଠାକାର ବାସିନ୍ଦା ମାନେ କାର୍ଯ୍ୟ ପାଉ ନାହାଁନ୍ତି l ସେମାନଙ୍କ ପେଟ ପୋଷିବା ପାଇଁ କମ୍ପାନୀ ନିକଟରେ କାମ କରିବା ପାଇଁ ଦାବି କରୁଥିଲେ ମଧ୍ୟ କଂପାନୀ ହତାଦାର କରି ଚାଲିଛି lକମ୍ପାନୀ ମେସିନ ସାହାର୍ଯ୍ୟରେ ଖଣି ଉତ୍ତୋଳନ କରି କୋଟି କୋଟି ଟଙ୍କା ଲାଭ ପାଉଥିବା ବେଳେ ଶ୍ରମିକମାନେ ମାରଣା ନୀତି ଅବଲମ୍ବନ କରୁଛନ୍ତି l ଇମ୍ଫା କମ୍ପାନୀର ମନମାନି ଓ ଶ୍ରମିକ ମାରଣା ନୀତିକୁ ପ୍ରତିବାଦ କରି ଶ୍ରମିକ ମାନେ ଖରା ବର୍ଷା ରେ, 17ଦିନ ହେଲା ଇମ୍ପା କମ୍ପାନୀ ସମ୍ମୁଖ ରେ ଧାରଣା ରେ ବସି ଛନ୍ତି l କମ୍ପାନୀ ପକ୍ଷରୁ ସମାଧାନ ବାଟ ବାହାର ନ କରି ଜିଦ୍ ରେ ଅଟଳ ରହିଛି l ସେଠାରେ ଉତ୍ତେଜା ପ୍ରକାଶ ପାଉଛି l ଓଡ଼ିଶା ଖଣି ନିଗମ ୱାର୍କର୍ସ ୟୁନିଅନ ନ୍ନେତୃତ୍ଵରେ ଶ୍ରମିକ ମାନେ ଧାରଣା ରେ ବସିଛନ୍ତି l ଖଣିଜ ପରିବହନରେ ବ୍ୟବହୃତ ମେସିନ ହଟାଇ ଠିକା ବୋଝେଇ ଶ୍ରମିକଙ୍କ ହାତକୁ ନିୟମିତ କାମ ଦାବିରେ ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ(ଓଏମ୍‌ଡବ୍ଲ୍ୟୁୟୁ) ପକ୍ଷରୁ ଗତ ୧୭ ତାରିଖରୁ ଇମ୍ଫା ଖଣିରେ ଆନ୍ଦୋଳନ ଓ ଗଣଧାରଣା ଦିଆ। ଯାଇଛି l ଏଥିସହ ଖଣିରେ ସତର ଦିନ ହେଲା ଖଣି ଖନନ, ଖଣିଜ ଉତ୍ତୋଳନ, ଆନୁଷଙ୍ଗିକ ଖଣିକାର୍ଯ୍ୟ ଓ କ୍ରୋମ୍‌ ପରିବହନ ସଂପୂର୍ଣ୍ଣ ଠପ୍ ହୋଇ ଯାଇଛି l ଏହି ଆନ୍ଦୋଳନ ରୂପ ରେଖ ଉଗ୍ର ରୂପ ଧାରଣ କରିବ ବୋଲି ଶ୍ରମିକ ସଙ୍ଗ ପକ୍ଷ କୁହାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking