ଦେବଗଡ: କୁଖ୍ୟାତ ବନ୍ୟଜନ୍ତୁ ଶିକାରୀକୁ ହତ୍ୟା ଅଭିଯୋଗ ଘଟଣା ସମ୍ନାକୁ ଆସିଛି । ଶିକାରୀ ସୁରେଶ ଶବରକୁ ହତ୍ୟା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ସୁରେଶଙ୍କ ପରିବାର ଲୋକେ । ସୁରେଶ ଶବରର ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହର ତଣ୍ଟିରେ ରହିଛି କଟାଦାଗ । ଗତକାଲିଠୁ ନିଖୋଜ ଥିଲା ସୁରେଶ । ଘଟଣାସ୍ଥଳରେ ବାରକୋଟ ପୋଲିସର ତଦନ୍ତ ଜାରି ରହିଛି । କିଛି ଦିନ ହେବ ଶିକାର ଛାଡି ଗାଁରେ ଦୋକାନ ଦେଇଥିଲା ସୁରେଶ । ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ରହିଥିଲା ବିବାଦ ।









