29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଇରାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଇରାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଇରାନ: ଇରାନର ବନ୍ଦର ଅବାସ ସହରରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏଥିରେ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ସାହିଦ ରଜାଈ ପୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆକାଶକୁ ଛୁଇଁଲା ବଳି ପ୍ରବଳ ନିଆଁ ଉଠିଥିଲା। ଆଖପାଖରେ ଥିବା ଘରର କବାଟ ଝରକା ଭାଙ୍ଗିଯାଇଥିଲା। ଘଟଣାସ୍ଥଳରୁ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଥିଲେ ଲୋକେ। ଇରାନର ସରକାରୀ ନ୍ୟୁଜ ଚ୍ୟାନେଲ୍ ତଥ୍ୟ ଅନୁସାରେ, ଗତକାଲି ଅପରାହ୍ଣରେ ସାହିଦ ରଜାଈ ପୋର୍ଟରେ ଏକ କଣ୍ଟେନରରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ଘଟିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ବିସ୍ଫୋରଣ ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ ସ୍ଥାନରେ ନିଆଁ ଲାଗିଥିଲା। ଯାହା ପାଖରେ ଥିବା କଣ୍ଟେନରକୁ ନିଆଁ ବ୍ୟାପିଯାଇଥିଲା। କଣ୍ଟେନରରେ କେମିକାଲ୍ ଭଳି କିଛି ଦହନଶୀଳ ପଦାର୍ଥ ଥିବା କୁହାଯାଇଛି। କେମିକାଲ୍ ସଂସ୍ପର୍ଶରେ ଆସି କଣ୍ଟେନର ବିସ୍ଫୋରଣ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking