30.1 C
Bhubaneswar
Sunday, February 8, 2026
Homeଓଡିଶା୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା

୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା

ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର ଇଚ୍ଛା। ଯେହେତୁ ପୂର୍ବରୁ ପ୍ରଥମ ସ୍ତ୍ରୀର ପୁଅ ରହିଛି। ତେଣୁ ରାସ୍ତାରୁ କଣ୍ଟା ହଟାଇ ଦ୍ୱିତୀୟ ବିବାହ କରିବାକୁ ୬ ବର୍ଷର ପୁଅକୁ ମାରିଦେଇଛି ବାପା ବୋଲି ଅଭିଯୋଗ କରିଛନ୍ତି ଉକ୍ତଗ୍ରାମର ଗ୍ରାମବସୀ।ତେବେ ଏପରି ଏକ ହତ୍ୟାକାଣ୍ଡ ଘଟିଛି। ଯାଜପୁର ଜେନାପୁର ଥାନା ଚାରଗୋଠ ଗାଁରେ। ଗତକାଲିଠାରୁ ନିଖୋଜ ଥିଲା ବାଉରୀ ରାଉତଙ୍କ ୬ ବର୍ଷର ପୁଅ। ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା। ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପୁଅକୁ ପାଇନଥିଲେ କେହି। ହେଲେ ସକାଳ ସକାଳୁ ଆଜି ଗାଁ ନିକଟ ପରିତ୍ୟକ୍ତ ପଥର ଖାଦାନରେ ମୃତଦେହ ଦେଖି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ ଶିଶୁଙ୍କ ବାପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବାଉରୀ ରାଉତ ପୁଣି ଥରେ ବିବାହ କରିବାକୁ ଯୋଜନା କରି ପିଲାକୁ ମାରି ପଥର ଖାଦାନ ପାଣିକୁ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପିଲାର ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଲାଗି ରହିଛି। ପୋଲିସ ଏହାର ତଦନ୍ତ ଜାରି ରଖିଛି। ତେବେ ପ୍ରକୃତ ହତ୍ୟାର କାରଣ ଜଣାପଡିନାହିଁ। କି ମୃତ ପିଲାର ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking