17.1 C
Bhubaneswar
Sunday, February 8, 2026
Homeଓଡିଶାକେନାଲ ଖୋଲା ନାମରେ ନୀତି ନିୟମ ପରିବେଶ ଆଇନକୁ ଖିଲାଫ କରୁଛି ଠିକା ଦlର ସଂସ୍ଥା

କେନାଲ ଖୋଲା ନାମରେ ନୀତି ନିୟମ ପରିବେଶ ଆଇନକୁ ଖିଲାଫ କରୁଛି ଠିକା ଦlର ସଂସ୍ଥା

ଯାଜପୁର: ସରକାରୀ ନୀତି ନିୟମ, ପରିବେଶ ଆଇନ, ଓ ସର୍ବସାଧାରଣ ଙ୍କ ସ୍ୱାର୍ଥ କୁ ଭକ୍ଷେପ ନକରି ରେଙ୍ଗାଲି ବାମ ପାର୍ଶ କେନାଲ କାର୍ଯ୍ୟରେ ନିୟୋଜିତ ଆଇରନ ଟ୍ରାଙ୍ଗେଲ ଲିମିଟେଡ଼ ଠିକା ସଂସ୍ଥା ଅଧୀନରେ କାମକରୁଥିବା ଆରକେଟିସି ଗ୍ରୁପ କମ୍ପାନୀ ର ମନାମାନୀ ଚରମ ସୀମାରେ ପହଁଚିଛି ! ଯାହା ଫଳରେ ପାରି ପର୍ଶୁକ ସ୍ଥିତି ପ୍ରତି ଏକ ପ୍ରକାର ବିପଦ ସୃଷ୍ଟି ହୋଇଥିବା ବେଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ପିଇବା ପାଣି ଓ ଅନ୍ୟାନ ସମସ୍ୟା ଉଦବେଗର କାରଣ ହୋଇଛି ! ତାଛଡା ଉଚ ଶକ୍ତି ସାମ୍ପର୍ଣ୍ଣ କମ୍ପ୍ରେସର ସାହାଯ୍ୟରେ ପଥର ଖାନାନ କରୁ ଥିବାରୁ ଲୋକ ମାନଙ୍କ କଚା ଘର, ଆଜବେଷ୍ଟସ ଘର ଭାଙ୍ଗିଯିବା ସହ ଲୋକଙ୍କ ଜୀବନ ବିପର୍ଣ୍ଣ ହୋଇଛି! ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ କିମ୍ବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନଥିବାରୁ ଆଗାମୀ ଦିନରେ ଏକ ବଡ ଧରଣାର ଆନ୍ଦୋଳନ ର ଆଶଙ୍କା ଦେଖାଦେଇଛି!

ଏହି ଘଟଣାକୁ ନେଇ ଆଜି ଖାତିଗ୍ରସ୍ତ ଗ୍ରାମ ଗୁଡିକ ର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହାର ତୀବ୍ର ପ୍ରତିବାଦ କରିଛନ୍ତି ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି ରେଙ୍ଗାଲି ବାମ ପାର୍ଶ୍ୱ କେନାଲ କାମ ଗତ କିଛି ବର୍ଷ ହେଲା ଚାଲିଛି ଏହି କେନାଲ ଖୋଲା କାର୍ଯ୍ୟରେ ନିୟୋଜିତ ଆଇରନ ଟ୍ରାଙ୍ଗେଲ ଲିମିଟେଡ଼ ଠାରୁ ଆରକେଟିସି ଗ୍ରୁପ ସବ ଲେଟ ରେ କାମ ନେଇ କାର୍ଯ୍ୟ କରୁଛି ! ଦାନଗଦି ବ୍ଲକ ଅନ୍ତେର୍ଗତ ନଦିଅଭଙ୍ଗା ପଞ୍ଚଯାତ ର ଝେମଟା ହୁଡ଼ି ଠାରେ ପ୍ରାୟ ୧୦୦ ଫୁଟ ଗଭୀର ଗର୍ତ୍ତ କରି ସମ୍ପୃକ୍ତ ସଂସ୍ଥା କାମ କରୁ ଥିବାରୁ ବଡ ବଡ ପଥର ଖଣ୍ଡ ଫଟାଇ ବକୁ ରାତିରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ କମ୍ପ୍ରେସର ବ୍ୟବହାର କରୁଥିବାରୁ ପ୍ରଚଣ୍ଡ ଶବ୍ଦରେ ଅଞ୍ଚଳ ଠାରି ଉଠୁଛି ଯାହା ପ୍ରଭାବରେ ପାର୍ଶବର୍ତ୍ତୀ ଗ୍ରାମ ରଙ୍ଗହୁଡି, ଦେଶବନ୍ଧ, ବାବାଜୀସାହି, ଧମାଣ ଗଡିଆ ଗ୍ରାମ ଗୁଡିକର ଅନେକଙ୍କ ଘର ଖତିଗ୍ରସ୍ତ ହୋଇଛି ! ଏଥି ଯୋଗୁ ସମ୍ପୃକ୍ତ ଗ୍ରାମ ଗୁଡିକରେ ଥିବା କୂଅ, ପୋଖରୀ ଓ ଅନ୍ୟ ଜଳ ଉତ୍ସ ଗୁଡିକରେ ପାଣି ସୁଖୀ ଯିବା ପାନୀୟ ଜଳ ସମସ୍ୟାକୁ ଦି ଗୁଣିତ କରି ପକାଇଛି !

ଗାଈ ଗୋରୁ ଛେଳି ମେଣ୍ଢା ତଥା ଗୁହ ପାଳିତ ପଶୁ ପାଖିଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି ! ଆହୁରି ମଧ୍ୟ ସମ୍ପୃକ୍ତ ଅଂଚଳରେ ଥିବା ନଳ କୂପ ଗୁଡିକରେ ପାଣି ବାହାରୁନଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଯାଇଛି, ଆହୁରି ମଧ୍ୟ କେନାଲ ମାଟି ଖୋଲି ପାହାଡ଼ ପାରି ଅସୁରକ୍ଷିତ ଭାବରେ ଗଦା କରୁ ଥିବାରୁ ଜନ ଜୀବନ ପ୍ରତି ବିପଦରେ କାରଣ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ! ରେଙ୍ଗାଲି ଜମି ଅଧିଗ୍ରହଣ ସମୟରେ ଲୋକଙ୍କ ଜମାବାଦୀ ଜମିକୁ ଶାଗ ମାଛ ଡରରେ ଅଧିଗ୍ରହଣ କରି ଜମି ହରା କରିଦେଇ ଥିବାରୁ ଏବେ ପ୍ରଧାନ ମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେବାକୁ ଯାଉଛୁ ବୋଲି ଅନେକ ଲୋକ ଅଭିଯୋଗ କଇଛନ୍ତି ! ଉପରୋକ୍ତ ସମସ୍ୟା ସମ୍ପର୍କରେ ବହୁ ବାର କମ୍ପାନୀ କର୍ତ୍ତୃପକ୍ଷ ଓ ବିଭାଗ ର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଓଲଟା ମିଥ୍ୟା ମକଦମା ର ଭୟ ଦେଖାଇ ଭାୟଭିତ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ! ତୁରନ୍ତ ଏଦିଗରେ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଏହାକୁ ନେଇ ଏକ ବଡଧାରଣାର ଆନ୍ଦୋଳନ ଦେଖାଯିବର ସମ୍ଭାବନା ଦେଖାଦେଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking