24.1 C
Bhubaneswar
Friday, February 6, 2026
Homeଓଡିଶା୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନରେ ମୋଟ ୭ ଟି ମ୍ୟାଚ

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନରେ ମୋଟ ୭ ଟି ମ୍ୟାଚ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ୟାଚ ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ ୪-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ ମଣିପୁର ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ମଣିପୁର, ଛତିଶଗଡ଼ ପୋଲିସ ଦଳକୁ ୮-୨ ଗୋଲ ବ୍ୟବଧାନରେ ହରାଇଛି । ସେହିପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପୋଲିସ ଦଳକୁ ୩-୨ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍ୟାଚ ଚଣ୍ଡିଗଡ ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ, ଚଣ୍ଡୀଗଡ ପୋଲିସ ଦଳକୁ ୧୪-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।

ସେହିପରି ପଞ୍ଚମ ମ୍ୟାଚ ମହିଳା ବିଭାଗରେ ସିଆରପିଏଫ ଓ ହରିୟାନା ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍‌ଯାଚରେ ସିଆରପିଏଫ, ହରିୟାନା ପୋଲିସ ଦଳକୁ ୮- ୦ ଗୋଲ ବ୍ୟବଧାନରେ ହରାଇଛି। ସେହିପରି ଷଷ୍ଠ ମ୍ୟାଚ ଘରୋଇ ଓଡିଶା ଓ ମହାରାଷ୍ଟ୍ର ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓଡିଶା, ମହାରାଷ୍ଟ୍ର ପୋଲିସ ଦଳକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଆଜି ଦିନର ସପ୍ତମ ତଥା ଶେଷ ମ୍ୟାଚ ସିଆଇଏସଏଫ ଓ ହରିୟାନା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ସିଆଇଏସଏଫ, ହରିୟାନା ପୋଲିସ ଦଳକୁ ୧୨-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ନାଥ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଡିଆଇଜି (ଏସଆଇଡବ୍ଲୁ) ଡ଼ା କନୱର ବିଶାଲ ସିଂ, ଏସପି (କଟକ) ଶ୍ରୀ ପ୍ରତୀକ ସିଂ ପ୍ରମୁଖ ବିଭିନ୍ନ ମ୍‌ଯାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking