31.1 C
Bhubaneswar
Friday, February 6, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ ଏଚ୍‌ସିଏଲ୍

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ ଏଚ୍‌ସିଏଲ୍

– କମ୍ପାନୀ ଦ୍ୱାରା ପ୍ରଥମେ ଟେକ୍ କ୍ୟାମ୍ପସ୍ ପ୍ରତିଷ୍ଠା
– ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରିବ ପତଞ୍ଜଳି ଫୁଡ୍ସ
– ମଙ୍ଗଳବାର ହେବ ଆଇଓସିଏଲ୍ ସହ ଏମ୍‌ଓୟୁ

ଭୁବନେଶ୍ୱର : ଓଡ଼ିଶାରେ ଏଚ୍‌ସିଏଲ୍ ଖୁବ୍‌ଶୀଘ୍ର ସ୍ଥାପନ କରିବ ବିଶ୍ୱବିଦ୍ୟାଳୟ। ଏଚ୍‌ସିଏଲ୍ ଟେକ୍ ମଧ୍ୟ ରାଜ୍ୟରେ ଏକ ଟେକ୍ କ୍ୟାମ୍ପସ୍ ପ୍ରତିଷ୍ଠା କରିବାର ଯୋଜନା ରହିଛି। ସେହିପରି ପାରାଦୀପରେ ମେଗା ଡୁଆଲ୍ ଫିଡ୍ କ୍ରାକର୍ ଓ ଡାଉନ୍‌ଷ୍ଟ୍ରିମ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ଆଇଓସିଏଲ୍ ସହ ମଙ୍ଗଳବାର ହେବ ବୁଝାମଣାପତ୍ର ସ୍ୱାକ୍ଷର। ସେହିପରି ପତଞ୍ଜଳି ଫୁଡ୍ସ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହେଲ ଟେକ୍ ଭଳି ଆଇ କମ୍ପାନୀ ତା’ର କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏହି ଘୋଷଣା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିିଶାରୁ ଯାଇଥିବା ଉଚ୍ଚସ୍ତରୀୟ ଟିମ୍ ଏଚ୍‌ସିଏଲ୍ ଟେକ୍ କ୍ୟାମ୍ପସ୍‌ର ଗସ୍ତକରି କମ୍ପାନୀର ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲୁ। ଏଚ୍‌ସିଏଲ୍ ଟେକ୍ ଅଧିକାରୀଙ୍କୁ ଓଡ଼ିଶାର ବିଶେଷକରି ଭୁବନେଶ୍ୱର ଓ ପୁରୀର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିଥିଲୁ। ଆମେ ସେମାନଙ୍କୁ ଏଠାରେ ଏକ କ୍ୟାମ୍ପସ୍ ଓ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦେଇଥିଲୁ। ସେମାନେ ରାଜି ହୋଇଛନ୍ତି। ଏଚ୍‌ସିଏଲ୍ ଟେକ୍ ପହଞ୍ଚିବା ପରେ, ଆମେ ରାଜ୍ୟରେ ସେମାନଙ୍କର ନିବେଶ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଚ୍‌ସିଏଲ୍ ଓଡ଼ିଶା ଟିମ୍‌ଙ୍କ ପ୍ରସ୍ତାବରେ ପ୍ରଭାବିତ ହୋଇ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେଥିପାଇଁ ଆମେ ଆଶାବାଦୀ ଯେ’ କ୍ୟାମ୍ପସ୍ ଖୁବ୍‌ଶୀଘ୍ର ପ୍ରତିଷ୍ଠିତ ହେବ। ଫଳରେ ଓଡ଼ିଶା ସହ ଏଚ୍‌ସିଏଲ୍‌ର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଚୁକ୍ତିନାମା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା ଓ ଶିକ୍ଷାର କେନ୍ଦ୍ର ଭାବରେ ସ୍ଥିତିକୁ ସୁଦୃଢ଼ କରିବ। ଏହାଦ୍ୱାରା ଏଚ୍‌ସିଏଲ୍ ଟେକ୍‌ରେ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ କର୍ମସଂସ୍ଥାନ ପାଇବାକୁ ସକ୍ଷମ ହେବେ। ଫଳରେ ରାଜ୍ୟର ଆର୍ôଥକ ଅଭିବୃଦ୍ଧି ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରୁଚି ସୋୟା ଫୁଡ୍ସ ବା ପତଞ୍ଜଳି ଫୁଡ୍ସର ସିଇଓ ସଞ୍ଜୀବ ଆସ୍ଥାନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦୀର୍ଘ ଆଲୋଚନା କରିଛନ୍ତି। ସେହିପରି ମଙ୍ଗଳବାର ପତଞ୍ଜଳି ଫୁଡ୍ସ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହେଲ୍ ଟେକ୍ ଭଳି କମ୍ପାନୀ ରାଜ୍ୟରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ସାକ୍ଷାତ୍ ଆଲୋଚନା ବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking