29.1 C
Bhubaneswar
Monday, February 9, 2026
Homeଓଡିଶାକୋଶଳୀ ଭାଷା ହେଉ ଦ୍ୱିତୀୟ ରାଜ୍ୟ ଭାଷା

କୋଶଳୀ ଭାଷା ହେଉ ଦ୍ୱିତୀୟ ରାଜ୍ୟ ଭାଷା

ଭୁବନେଶ୍ୱର: ସମ୍ବିଧାନ ରାଜ୍ୟ ସରକାରଙ୍କୁ ଏକାଧିକ ଭାଷାକୁ ରାଜ୍ୟଭାଷା ମାନ୍ୟତା ପ୍ରଦାନ କରିବାର କ୍ଷମତା ଦେଇଛି। ପଶ୍ଚିମାଞ୍ଚଳ ଲୋକଙ୍କ ଆକାଂକ୍ଷା ଏବଂ ଭାବନାକୁ ଧ୍ୟାନରେ ରଖି ସରକାର ସମ୍ବଲପୁରୀ କୋଶାଳୀକୁ ରାଜ୍ୟଭାଷା ଭାବରେ ମାନ୍ୟତା ଦେବା ବିଷୟରେ ବିଚାର କରିବା ଉଚିତ। କୋଶଳୀ ଭାଷା ହେଉ ଦ୍ୱିତୀୟ ରାଜ୍ୟ ଭାଷାଭାବେ ସ୍ୱୀକୃତି ମିଳୁ। ବୁଧବାର ବିଧାନସଭା ଶୂନ୍ୟ କାଳରେ କୋଶଳୀକୁ ରାଜ୍ୟ ଭାଷାର ମାନ୍ୟତା ଦେବା ଉପରେ ଦାବି କରି ଏହା କହିଛନ୍ତି ବିଜେଡିର ବରିଷ୍ଠ ସଭ୍ୟ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ।

ସେ କହିଛନ୍ତି ଯେ କୋଶଳୀକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ କରିବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀ ଅନୁସାରେ ଏହାକୁ ସାମିଲ କରିବା ଉଚିତ। ଓଡ଼ିଶାର ୧୧ଟି ଜିଲ୍ଲାରେ ଦେଢ଼ କୋଟିରୁ ଅଧିକ ଲୋକ କୋଶଳ ଭାଷା କୁହନ୍ତି। କୋଶଳ ଭାଷାରେ ରାମାୟଣ ଠାରୁ ଆରମ୍ଭ କରି ଅନେକ ଛୋଟ କାହାଣୀ, କବିତା ଏବଂ ପ୍ରକାଶିତ ପୁସ୍ତକ ରହିଛି। ଏହାର ନିଜସ୍ୱ ଅଭିଧାନ ମଧ୍ୟ ଅଛି। ରଙ୍ଗବତୀ ଗୀତ ସମ୍ବଲପୁର, ଓଡ଼ିଶା, ଭାରତ ଅତିକ୍ରମ କରି ସାରିଛି। ଛି ଛିରେ ନନୀ ଗୀତକୁ ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚା। ଅନେକ କୁହନ୍ତି ଏହି ଭାଷାର ଲିପି ନାହିଁ। କିନ୍ତୁ ଅନେକ ଭାଷାରେ ଲିପି ନାହିଁ କିନ୍ତୁ ସ୍ୱୀକୃତି ମିଳିଛି । ସମ୍ବଲପୁରୀ ହସ୍ତତନ୍ତ ଶାଢ଼ୀର ମଧ୍ୟ ପ୍ରସିଦ୍ଧି ରହିଛି। ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ଦାବି ସଂସଦରେ ବହୁବାର ଉଠାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଥର କେନ୍ଦ୍ର ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ତେଣୁ ରାଜ୍ୟ ସରକାର ଏହାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବା ଉଚିତ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି ଦୋହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking