18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବଢ଼ିଲା ମହଙ୍ଗା ଭତ୍ତା

ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହିତ ଏବେ ଡିଏ ୫୩ପ୍ରତିଶତରୁ ୫୫ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ।

ଏପର୍ଯ୍ୟନ୍ତ ୧୮,୦୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀଙ୍କୁ ୫୩% ଭତ୍ତା ମିଳୁଥିଲା, ଯାହା ୯,୫୪୦ ଟଙ୍କା ସହିତ ସମାନ। ଏବେ ୫୫ ପ୍ରତିଶତ ହାରରେ କର୍ମଚାରୀଙ୍କୁ ୯,୯୦୦ ଟଙ୍କା ମିଳିବ। ସେହିଭଳି ୫୦ହଜାର ଟଙ୍କା ମୂଳ ଦରମା ଥିବା କର୍ମଚାରୀଙ୍କୁ ୫୩% ଭତ୍ତା ମିଳୁଥିଲା, ଯାହା ୨୬,୫୦୦ ଟଙ୍କା ସହିତ ସମାନ। ଏବେ ୫୫ ପ୍ରତିଶତ ହାରରେ କର୍ମଚାରୀଙ୍କୁ ୨୭,୫୦୦ଟଙ୍କା ମିଳିବ। ତେବେ ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଦିଆଯାଇଥାଏ। ପ୍ରତି ୧୦ବର୍ଷରେ ପେ’ କମିଶନ ଦ୍ୱାରା ମୂଳ ଦରମା ସ୍ଥିର କରାଯାଏ। କିନ୍ତୁ ପ୍ରତି ୬ମାସରେ ଡିଏ ପରିବର୍ତ୍ତନ ହୁଏ, ଯାହା ଦ୍ୱାରା ମୁଦ୍ରାସ୍ଫୀତିର ପ୍ରଭାବ ହ୍ରାସ ପାଏ। ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ଡିଏ ୫୦ପ୍ରତିଶତରୁ ୫୩ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କେନ୍ଦ୍ର ସରକାର, କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରନ୍ତି। ଗୋଟିଏ ବୃଦ୍ଧି ଜୁଲାଇରୁ କାର୍ଯ୍ୟକାରୀ ହୁଏ ଏବଂ ଅନ୍ୟ ଏକ ବୃଦ୍ଧି ଜାନୁଆରି ୧ରୁ କାର୍ଯ୍ୟକାରୀ ହୁଏ। ଏଥର ବୃଦ୍ଧି ଜାନୁଆରି ୧ରୁ କାର୍ଯ୍ୟକାରୀ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking