19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମହିଳାଙ୍କ ପେଟ ଭିତରୁ ବାହାରିଲା କଇଁଚି

ମହିଳାଙ୍କ ପେଟ ଭିତରୁ ବାହାରିଲା କଇଁଚି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତରମାନେ ୧୭ ବର୍ଷ ପରେ ଜଣେ ମହିଳାଙ୍କ ପେଟରେ ଥିବା କଇଁଚିକୁ ସୁରକ୍ଷିତ ଭାବେ ବାହାର କରି ଜୀବନ ବଞ୍ଚାଇ ଦେଇଛନ୍ତି। ପୀଡ଼ିତା ମହିଳାଙ୍କ ସ୍ବାମୀ ଅରବିନ୍ଦ ପାଣ୍ଡେ ଅଭିଯୋଗ କରି କହିଛନ୍ତି, ‘ମୁଁ ୨୦୦୮ ଫେବୃଆରି ୨୬ ତାରିଖ‌ରେ ସ୍ତ୍ରୀଙ୍କୁ ପ୍ରସବ ପାଇଁ ଇନ୍ଦିରାନଗରର ‘ସି ମେଡିକାଲ କେୟାର’ରେ ଭର୍ତ୍ତି କରିଥିଲି। ଏଠାରେ ଡାକ୍ତର ପୁଷ୍ପା ଜୟସୱାଲ ମୋ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ। ପ୍ରସବର ୪/୫ଦିନ ପରେ ଆମକୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା। କିଛିଦିନ ଗଲା ପରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ଅନେକ ଚିକିତ୍ସା ବି କରାଇ ଥିଲୁ କିନ୍ତୁ କୌଣସି ପ୍ରକାର ଲାଭ ମିଳି ନଥିଲା। ଡାକ୍ତର ଦେଖିବା ପରେ ଔଷଧ ଦେଇ ଦିଅନ୍ତି। ଔଷଧ ଶେଷ ହୋଇଗଲା ପ‌ରେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା ହୋଇଥାଏ।ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ନିକଟରେ ମୁଁ ସ୍ତ୍ରୀଙ୍କୁ କେଜିଏମୟୁରେ ଭର୍ତ୍ତି କରିଥିଲି। ଏଠାରେ ସ୍ତ୍ରୀଙ୍କ ପେଟର ଏକ୍ସରେ ହୋଇଥିଲା।

ଏକ୍ସରେ ରିପୋର୍ଟରେ ସ୍ତ୍ରୀଙ୍କ ପେଟରେ ଏକ କଇଁଚି ଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତର ସଙ୍ଗେସଙ୍ଗେ ଅସ୍ତ୍ରୋପଚାର କରି ଦୀର୍ଘ ୧୭ବର୍ଷ ଧରି ପେଟ ଭିତରେ ରହିଥିବା କଇଁଚିକୁ ସୁରକ୍ଷିତ ଭାବେ ବାହାରରେ କରିଥିଲେ। ଚିକିତ୍ସା ପରେ ଡାକ୍ତର ପୁଷ୍ପା ଜୟସୱାଲଙ୍କ ବିରୋଧରେ ମୁଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। କାରଣ ଏଭଳି ଅବହେଳା ମଣିଷ ଜୀବନ ନେଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking