21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶ'ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’

‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ବୟାନ୍ ଦେଇଛନ୍ତି। ସେ ରାଜ୍ୟର ମୁସଲିମ୍ ବର୍ଗଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ, ଯଦି ତାଙ୍କ ରାଜ୍ୟରେ ହିନ୍ଦୁ ସୁରକ୍ଷିତ, ତେବେ ମୁସଲିମ୍ ଏବଂ ଅନ୍ୟ ସମସ୍ତ ଧର୍ମର ଲୋକ ମଧ୍ୟ ସୁରକ୍ଷିତ। ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି। ଏଏନଆଇ ସହିତ କଥାବାର୍ତ୍ତା ସମୟରେ ଯୋଗୀ ଆଦିତ୍ୟନାଥ ଏପରି କିଛି ମନ୍ତବ୍ୟ ଦେଇଛନ୍ତି।

ଯୋଗୀଙ୍କ କହିବାନୁସାରେ ଶହେ ହିନ୍ଦୁ ପରିବାର ମଧ୍ୟରେ ଗୋଟିଏ ମୁସଲିମ ପରିବାର ମଧ୍ୟ ସୁରକ୍ଷିତ ଅନୁଭବ କରିପାରିବ। କିନ୍ତୁ ଶହେ ମୁସଲିମ ପରିବାର ମଧ୍ୟରେ ୫୦ଟି ହିନ୍ଦୁ ପରିବାର ସୁରକ୍ଷିତ ରହିବାର ସମ୍ଭାବନା ଉପରେ ତାଙ୍କର ସାମାନ୍ୟ ସନ୍ଦେହ ରହିଛି। ଏବେର ବାଂଲାଦେଶ ଏହାର ଏକ ଉଦାହରଣ ବୋଲି ମଧ୍ୟ ସେ କହିଛନ୍ତି। ସେହିପରି ବାଂଲାଦେଶ ପୂର୍ବରୁ ପାକିସ୍ତାନ ଏହାର ଏକ ବଡ଼ ଉଦାହରଣ ଥିଲା। ଆଫଗାନିସ୍ତାନ ମଧ୍ୟ ଏହି କ୍ରମରେ ରହିଛି। ତେବେ ଉତ୍ତରପ୍ରଦେଶରେ ସ୍ଥିତି ପରିବର୍ତ୍ତନ ହୋଇଛି। ୨୦୧୭ ପୂର୍ବରୁ ୟୁପିରେ ଦଙ୍ଗା ହେଉଥିଲା, ଯଦି ହିନ୍ଦୁମାନଙ୍କ ଦୋକାନ, ଘର ଆଦି ଜଳୁଥିଲା, ତେବେ ମୁସଲମାନମାନଙ୍କ ଦୋକାନ ଘର ମଧ୍ୟ ଜଳୁଥିଲା। କିନ୍ତୁ ୨୦୧୭ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ବନ୍ଦ ହୋଇଯାଇଛି ବୋଲି ଯୋଗୀ କହିଛନ୍ତି। ସେ ଏବଂ ତାଙ୍କ ସରକାର ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ବିକାଶରେ ବିଶ୍ୱାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking